Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

କବିତା ପର୍ବ : ଗୀତି-କବିତା-20 : କାର୍ତ୍ତିକ ପୂର୍ଣ୍ଣିମା : -ଡକ୍ଟର କୃତ୍ତିବାସ ନାୟକ

କବିତା ପର୍ବ : ଗୀତି-କବିତା-20 : କାର୍ତ୍ତିକ ପୂର୍ଣ୍ଣିମା : -ଡକ୍ଟର କୃତ୍ତିବାସ ନାୟକ

1 min
240



ଓଡ଼ିଆ ବଣିକ ସୌଦାଗର ମୁଁ ଯାଉଛି ବୋଇତ ନେଇ,

ଦେଶର ମହକ ବିତରି ଆସିବି ଦୂର ବିଦେଶକୁ ଯାଇ | |(0)


ଓ଼ଡିଆ ଜାତିର କଳା-ସଂସ୍କୃତିକୁ ଦେଖିବେ ବିଦେଶୀ ଲୋକ,

ଜଗତନାଥଙ୍କ ଜୟଗାନ କରି ଭୁଲିଯିବି ଦୁଃଖ-ଶୋକ |


ପିପିଲି ଚାନ୍ଦୁଆ ଟାଙ୍ଗିଦେଇ ପୁଣି ନାଚିବି ତା' ଥେଇ ଥେଇ |

ଓଡ଼ିଆ ବଣିକ ସୌଦାଗର ମୁଁ ଯାଉଛି ବୋଇତ ନେଇ |(1)


ସମ୍ବଲପୁରରୁ ଶାଢ଼ୀ ବ୍ରହ୍ମପୁର ପାଟ ମୋ ସାଥିରେ ଥିବ,

ରଘୁରାଜପୁର ପଟ୍ଟଚିତ୍ର ସହ ତାରକସି କାମ ଯିବ |


କଣ୍ଟିଲୋ ତିଆରି ବାସନ କୁସନ ବୋଇତରେ ନେବି ବୋହି |

ଓଡ଼ିଆ ବଣିକ ସୌଦାଗର ମୁଁ ଯାଉଛି ବୋଇତ ନେଇ | (2)


ଖଇମୁଆଁ ଲଡୁ ବାରିପଦା ମୁଢି ପାହାଳରୁ ନେବି ମିଠା,

କୋରାପୁଟ ମାଟି ଲଙ୍କାଆମ୍ବ ମଞ୍ଜି ଗାଆଁ ଛେନା ପୋଡ଼ ପିଠା |


ଥରେ ଯେ ଖାଇବ ଗୁଣ ଗାଉଥିବ ପାଟିରୁ ଛାଡ଼ିବ ନାହିଁ |

ଓଡ଼ିଆ ବଣିକ ସୌଦାଗର ମୁଁ ଯାଉଛି ବୋଇତ ନେଇ |(3)



Rate this content
Log in

Similar oriya poem from Classics