Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Romance

3  

KRUTIBAS NAYAK

Romance

କବିତା ପର୍ବ : ଗୀତି କବିତା-09 : ଅଫୁଟା ଫୁଲ : -ଡକ୍ଟର କୃତ୍ତିବାସ ନାୟକ

କବିତା ପର୍ବ : ଗୀତି କବିତା-09 : ଅଫୁଟା ଫୁଲ : -ଡକ୍ଟର କୃତ୍ତିବାସ ନାୟକ

1 min
219



ଅଫୁଟା କଢିଟି ଫୁଟିଗଲା ଦିନେ ମୋର ମନ ଉପବନେ,

ସେ ଫୁଲରେ ମୁହିଁ ବାସ ଭରିଦେଲି ତା' ପ୍ରେମର ପ୍ରତିଦାନେ | (ଘୋଷା)


ଦୁନିଆ ନ ଜାଣୁ ସେ ଫୁଲର ମୂଲ ମୁଁ ଏକା ଜାଣିଲେ ହେଲା,

ସିଏ ମହକିଲା ମୁଁ ମହକିଲି ହେଇଥିଲୁ ମତୁଆଲା |

ଭଲପାଏ ବୋଲି କହିଲାନି ସିଏ ମୁଁ ବି କହିନି ଦିନେ |

ଅଫୁଟା ଫୁଲ ସେ ଫୁଟିଗଲା ଦିନେ ମୋର ମନ ଉପବନେ | (1)


ସିଏ ମାଗିନାହିଁ ଆକାଶର ଚାନ୍ଦ ମୁଁ ମାଗିନାହିଁ ତାରା,

ମୋର ହୃଦୟରେ ରହିଲା ରହିଛି ରହିବ ଜୀବନ ସାରା |

ଅଭିଯୋଗ କିବା ଅନୁରୋଧ କେବେ କରିନାହିଁ ଅଭିମାନେ |

ଅଫୁଟା ଫୁଲ ସେ ଫୁଟିଗଲା ଦିନେ ମୋର ମନ ଉପବନେ | (2)



Rate this content
Log in

Similar oriya poem from Romance