Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

KRUTIBAS NAYAK

Classics Inspirational

4  

KRUTIBAS NAYAK

Classics Inspirational

କବିତା ପର୍ବ : ଗୀତି କବିତା-05 : ଦୀପାବଳି : -ଡକ୍ଟର କୃତ୍ତିବାସ ନାୟକ

କବିତା ପର୍ବ : ଗୀତି କବିତା-05 : ଦୀପାବଳି : -ଡକ୍ଟର କୃତ୍ତିବାସ ନାୟକ

1 min
343



ଦୀପାବଳି ଆସେ ଦୀପାବଳି- ଆଲୋକର ପର୍ବ ଦୀପାବଳି,

ପରବ ଭିତରେ ମହାପରବ ଏ' ସରଗୁ ଆସିବେ ମହାକାଳୀ | (ଘୋଷା)


ଘରେ ଘରେ ହେବ ଆନନ୍ଦ ଉଲ୍ଲାସ,

ମର୍ତ୍ତ୍ୟକୁ ଆସିବେ ପୂରୁବ ପୁରୁଷ |

ଶ୍ରଦ୍ଧାଭରେ ଶ୍ରାଦ୍ଧ ଦେବା ମିଳିମିଶି କାଉଁରିଆ କାଠି-ଦୀପଜାଳି | 

ଦୀପାବଳି ଆସେ ଦୀପାବଳି- ଆଲୋକର ପର୍ବ ଦୀପାବଳି | (1)


ବାଣ ତ ଫୁଟିବ ଆଲୋକ ଜଳିବ,

ମନନେଇ ଫଳ ଆମକୁ ମିଳିବ |

ମହାଲକ୍ଷ୍ମୀ ପୂଜା ଖିଆପିଆ ମଜା ପିଠା-ପଣାହେବ ଭଳିଭଳି |

ଦୀପାବଳି ଆସେ ଦୀପାବଳି- ଆଲୋକର ପର୍ବ ଦୀପାବଳି | (2)


ଚଉଦ ବରଷ କରି ବନଵାସ,

ଫେରିଥିଲେ ଆଜି ଅଯୋଧ୍ୟା ନରେଶ |

ଆଜିଦିନ ପୁଣି ପାତାଳପୁରରୁ ମର୍ତ୍ତ୍ୟକୁ ଆସନ୍ତି ରାଜା ବଳି |

ଦୀପାବଳି ଆସେ ଦୀପାବଳି- ଆଲୋକର ପର୍ବ ଦୀପାବଳି | (3)


ଆଜି ନରସିଂହ ରୂପେ ଅବତରୀ,

ହିରଣ୍ୟକଶିପୁ ବଧକଲେ ହରି | 

ସାଗର ମନ୍ଥନେ ଅମୃତ ବାହାରି, ଦେବାସୁରେ ଲଗାଇଲା କଳି |

ଦୀପାବଳି ଆସେ ଦୀପାବଳି- ଆଲୋକର ପର୍ବ ଦୀପାବଳି | (4)



Rate this content
Log in