STORYMIRROR

KRUTIBAS NAYAK

Comedy

3  

KRUTIBAS NAYAK

Comedy

କବିତା ପର୍ବ : ବ୍ୟଙ୍ଗ-କବିତା-2 : ଦାନ ମାଝି କହୁଛି :-ଡକ୍ଟର କୃତ୍ତିବାସ ନାୟକ

କବିତା ପର୍ବ : ବ୍ୟଙ୍ଗ-କବିତା-2 : ଦାନ ମାଝି କହୁଛି :-ଡକ୍ଟର କୃତ୍ତିବାସ ନାୟକ

1 min
193


କେଉଁ ଜନମରେ ପୁଣ୍ୟ କରିଥିଲି ଭାଗ୍ୟ ମୋର ବଦଳିଲା,

ଧରିଥିଲି ହାତ ଦ୍ଵିତୀୟ ପତ୍ନୀର ଛୁଆ ପିଲା ଦେଇ ମଲା |


ଡାକ୍ତର ଖାନାରେ ମଲା ବୋଲି ସିଏ ମୋତେ ହୀରୋ କରିଦେଲା,

ଆଖିରେ ଲଗାଇ ନିଜ ଛେପ କେତେ କରୁଥିଲେ ହାଲ୍ଲାଗୁଲ୍ଲା |


ଫଟୋ ଦେଖେଇଲେ ଟିଭିବାଲା କେତେ ସତେ କି ମୁଁ ଜଣେ ନେତା,

ବିରୋଧୀ ଗର୍ଜିଲେ ଖଣ୍ଡିଆ ମାତିଲେ ହେଲି ମୁଁ ଜଗତଜିତା |


ବିଦେଶୁ ଆସିଲା ଧନରାଶି କେତେ ଦରଦ ଦେଖାଇ ଦେଲେ,

ଆହା ଆହା କହି କିଛିଲୋକ ପୁଣି ଘର ଦିଅ ଦାବିକଲେ |


ପ୍ରଶାସନ ଆଉ ସରକାର ମିଶି ଜାଗ୍ରତ ହେଲେ ମୋ ପାଇଁ,

ସହାୟତା ରାଶି ସୁଅ ଫିଟିଗଲା ଧନୀ ହେଇଗଲି ମୁହିଁ |


ଧନ୍ୟ ହେଇଗଲି ବୁଢ଼ୀ ମରିବାରୁ ମନହେଲା ଚଙ୍ଗଚଙ୍ଗ,

ମୋଟର କିଣିଲି କନିଆଁ ଆଣିଲି ବଦଳି ଗଲା ମୋ ଢଙ୍ଗ | 


ନିଜଲୋକ ଶବ ବୋହିବାକୁ ସିନା କାନ୍ଧମିଳେ ଥିଲେ ଭାଗ୍ୟ,

ଏବେ ମୁଁ ବୁଝିଲି ମରିଗଲେ କେହି ମିଡ଼ିଆକୁ ଡାକ ଆଗ |


ଧନୀ ହେବାପାଇଁ ସୁଯୋଗ ଏଇଟା ଅଛନ୍ତି ମିଡ଼ିଆ ଭାଇ,

ସାରା ଦୁନିଆରେ ନହଳ ପଡ଼ିବ ରେକର୍ଡ଼ କରିଛି ମୁହିଁ |



Rate this content
Log in

Similar oriya poem from Comedy