କବିତା ପର୍ବ : (ଅତିରିକ୍ତ) କବିତା-68: ମୋବାଇଲ ଫୋନ
କବିତା ପର୍ବ : (ଅତିରିକ୍ତ) କବିତା-68: ମୋବାଇଲ ଫୋନ
ମୋବାଇଲ ଫୋନ ଏମିତି ଜିନିଷ ସେଥିରେ ରହିଛି ସବୁ,
ବୁଢା-ବୁଢୀଠାରୁ ଯୁବକ ଯୁବତୀ ଶିଶୁମାନେ ହେଲେ କାବୁ |
ସୁଖ ଓ ସୁବିଧା ଯେଉଁଠାରେ ଥାଏ ସେଇଠି ବିପଦ ବେଶି,
ଅଧିକ ମିଠାରେ ରୋଗ ହେବାପରି ଜୀବନକୁ ଦିଏ ନାଶି |
ସ୍ମାର୍ଟଫୋନ ଏବେ ଖେଳଣା ହେଲାଣି ଛୋଟ ବଡ଼ ଶିଶୁପାଇଁ,
ବାପା-ମାଆ ବଡ଼ ଶରଧାରେ ତାଙ୍କୁ ଦିଅନ୍ତି ପାଗଳ ହୋଇ |
ପିଲା ଖେଳୁଥିଲେ ସୁଇଚ ଟିପିଲେ ସମସ୍ତେ ହୁଅନ୍ତି ଖୁସି,
ଧନ୍ୟ ମନେକରି କହନ୍ତି-ମୋଠାରୁ ମୋ ଛୁଆ ଜାଣନ୍ତି ବେଶି |
ବେଶିଦିନ ସୁଖ ଆନନ୍ଦ ରହେନା ଦୁଃଖର ସମୟ ଆସେ,
ସ୍ମାର୍ଟଫୋନ ନିଶା ତନୁକୁ ମନକୁ ଅଜଗର ପରି ଗ୍ରାସେ |
ପ୍ରଥମେ ପ୍ରଥମେ କକୁତୁକ ଲାଗେ ଶେଷରେ ବିପଦ ପଡ଼େ,
ନିଶା ପରି ଆଉ ଛଡ଼େନା ଅଭ୍ୟାସ କେତେ ସେ ବାହାନା କାଢେ |