STORYMIRROR

KRUTIBAS NAYAK

Classics Inspirational

4  

KRUTIBAS NAYAK

Classics Inspirational

କବିତା ପର୍ବ : (ଅତିରିକ୍ତ) କବିତା-56 : ଭୁଲ ଠିକଣା :-ଡକ୍ଟର କୃତ୍ତିବାସ ନାୟକ

କବିତା ପର୍ବ : (ଅତିରିକ୍ତ) କବିତା-56 : ଭୁଲ ଠିକଣା :-ଡକ୍ଟର କୃତ୍ତିବାସ ନାୟକ

1 min
196



ନିଜ ପ୍ରିୟଲୋକ ଠିକଣା ହଜିଲେ ମନଟା ବିକଳ ହୁଏ,

ଆଜିକାଲି ଆଉ ଠିକଣା କି' ହେବ ମୋବାଇଲ କହିଦିଏ | 


ଠିକଣା ବେଳକୁ ଠିକଣା ମିଳେନା ନିଜଲୋକ ହୁଏ ପର,

ନିଜ ଠିକଣା ତ ବଦଳି ଚାଲିଛି ବଦଳୁଛି ଆମ ଘର |


ଅଜଣା ଲୋକଙ୍କୁ ଠିକଣା ଦେବାକୁ ସଂକୋଚ କୁଣ୍ଠିତ ହେଉ,

କିଛିସ୍ୱାର୍ଥ କିଛିଆଶା ରହିଥିଲେ ଠିକଣାଟି ଯାଚି ଦେଉ |


ଅଫିସ ଠିକଣା ଘରର ଠିକଣା କମ୍ପାନୀ ଠିକଣା ଅଛି,

ଜଣକ ଠିକଣା ସବୁଠୁ ଜରୁରୀ ସେଇଟା ରହିଛି ଲୁଚି |


ଯିଏ ସବୁଦିଏ ସବୁଠୁ ନିଜର ଠିକଣା ତା'ର ଖୋଜିବା,

ଅସଲ ବେଳକୁ ଈଶ୍ୱରଙ୍କ ଘର କେଉଁଠି ଖୋଜି ଥକିବା | 


ବେଳ ଥାଉଥାଉ ଖୋଜି ଚିହ୍ନିଥିଲେ ଲାଗିବନି ବେଶିଦୂର,

ଯିବାବେଳ ହେଲେ ଅତି ସହଜରେ ପାଇବା ତାଙ୍କରି ଘର | 



Rate this content
Log in

Similar oriya poem from Classics