କବିତା ପର୍ବ : (ଅତିରିକ୍ତ) ଗୀତି-କବିତା-45 :ପ୍ରିୟତମା : -ଡକ୍ଟର କୃତ୍ତିବାସ ନାୟକ
କବିତା ପର୍ବ : (ଅତିରିକ୍ତ) ଗୀତି-କବିତା-45 :ପ୍ରିୟତମା : -ଡକ୍ଟର କୃତ୍ତିବାସ ନାୟକ
ପ୍ରିୟତମା ବୋଲି ଥରେ କହିଦିଅ ତୁମର ହୋଇ ରହିବି,
ଯେତେ ମିଠା ହସ ଅଛି ମୋ ଓଠରେ ତୁମ ଓଠରେ ଥୋଇବି | (ଘୋଷା)
ତୁମରି ଗୀତର ଆଳାପ ହୋଇ ମୁଁ ସୁରରେ ମୂର୍ଚ୍ଛନା ହେବି,
ନାୟିକା ସାଜି ମୁଁ ଜୀବନ ନାଟକେ ଘରକୁ ସଜେଇ ନେବି |
ଆଖିରେ ତୁମର ଯେତେ ଲୁହ ଅଛି ତାକୁ ନେଇ ପିଉଥିବି |
ପ୍ରିୟତମା ବୋଲି ଥରେ କହିଦିଅ ତୁମର ହୋଇ ରହିବି,
ଯେତେ ମିଠା ହସ ଅଛି ମୋ ଓଠରେ ତୁମ ଓଠରେ ଥୋଇବି | (1)
ତୁମରି ଫୁଲର ବାସନା ହୋଇ ମୁଁ ମହକାଇ ଦେବି ଘର ,
ଅନ୍ଧକାର ଘରେ ଆଲୋକ ହେବି ମୁଁ ନଥିବ କାହାକୁ ଡର |
ଯେତେ ଦୁଃଖ-ଶୋକ ଯାତନା ରହିଛି ତାକୁ ନିଜର କରିବି | |
ପ୍ରିୟତମା ବୋଲି ଥରେ କହିଦିଅ ତୁମର ହୋଇ ରହିବି,
ଯେତେ ମିଠା ହସ ଅଛି ମୋ ଓଠରେ ତୁମ ଓଠରେ ଥୋଇବି | (2)

