କବିତା ପର୍ବ : (ଅତିରିକ୍ତ) ଗୀତି-କବିତା-35 : ତୁମେ : -ଡକ୍ଟର କୃତ୍ତିବାସ ନାୟକ
କବିତା ପର୍ବ : (ଅତିରିକ୍ତ) ଗୀତି-କବିତା-35 : ତୁମେ : -ଡକ୍ଟର କୃତ୍ତିବାସ ନାୟକ
ତୁମେ ପ୍ରିୟା କୃଷ୍ଣଚୂଡ଼ା ହୃଷ୍ଟହେନା ମଧୁରାତି,
ତୁମନାମ ତନ୍ଦ୍ରାହରା ସୁଖଭରା ଜହ୍ନରାତି |(ଘୋଷା)
ସକାଳର ମିଠା ମିଠା ସୂର୍ଯ୍ୟ ରଶ୍ମି ତୁମ ରୂପ,
ସଞ୍ଜବେଳା ଗୋଧୂଳିର ତୁମେ ମୋର ସନ୍ଧ୍ୟାଧୂପ |
ଅପାଶୋରା-ଅପାଶୋରା ମଧୁଝରା ତୁମ ପ୍ରୀତି,
ତୁମେ ପ୍ରିୟା କୃଷ୍ଣଚୂଡ଼ା ହୃଷ୍ଟହେନା ମଧୁରାତି,
ତୁମ ନାମ ତନ୍ଦ୍ରାହରା ସୁଖ ଭରା ଜହ୍ନରାତି | (1)
ତୁମ କଥା କବିତାର ଛନ୍ଦଭରା ହୀରାଫୁଲ,
ତୁମ ଚାଲି ନୃତ୍ୟରତା ଊର୍ବଶୀର କି'ବା ତୂଲ ?
ତୁମ ସ୍ମୃତି ଝାପସା ଖରା-ଝାପସା ଖରା ଦୂର ଅତି,
ତୁମେ ପ୍ରିୟା କୃଷ୍ଣଚୂଡ଼ା ହୃଷ୍ଟହେନା ମଧୁରାତି,
ତୁମ ନାମ ତନ୍ଦ୍ରାହରା ସୁଖଭରା ଜହ୍ନରାତି | |(2)