STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Classics

4  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Classics

କବିତା ମାଟି

କବିତା ମାଟି

1 min
195

 


ମାଟି ଘର ଏବେ 

ନୂଆ କରି ଗଢା ହୁଏ 

ନୂଆ ରୂପେ, 

ପ୍ରଗତିର ପଥେ 

ଚାଲେ ମାନବ ସଭ୍ୟତା 

ଯଶ କୀର୍ତ୍ତି ତାର ବ୍ୟାପେ। 

ଇଟା ପଥରର 

ପକ୍କା କୋଠା ଘର, 

ମାଳ ମାଳ 

ଗାଆଁରୁ ସହର। 

ମାଟି ଘର  

ମାଟିରେ ମିଶି 

ହୁଏ ରୂପାନ୍ତର, 

କୋଠା ଘର

ଚାକଚକ୍ୟ ଚେହେରା 

ନାନା ରଙ୍ଗେ ଦିଶେ ସୁନ୍ଦର। 

ମାଟି ଘର ସ୍ମୃତି 

ଥିଲା ଯା' 

ବାପା ଜେଜେ ବାପା ହୃଦେ, 

ଇତିହାସେ ଆଜି 

କାହାଣୀ ହୋଇ 

ରହିଛି ନିଶବଦେ। 

ମାଟି ଘର ମାଟି କାନ୍ଥ 

ନଡା ଛପର ଛାଉଣୀ, 

କାଠ ବାଉଁଶର ରୁଅ 

ନେଇଛି ମେଲାଣି। 

ମଜଭୁତ ମୂଳଦୁଆ ଉପରେ 

ଠିଆ ହୂଏ ଅଟ୍ଟାଳିକା, 

ପାଦେ ସ୍ଥାନ ବି 

ହେଉ ନାହିଁ ବଳକା।

ବିକାଶର ଧାରା 

ଆଣିଛି ପରିବର୍ତ୍ତନ, 

ମାଟି ଘର 

ନିଆଁ ପାଣି ପବନର ଭୟ 

ହୋଇଛି ଅବସାନ।

ଘର ମାଟି ହେଉ 

ଅବା ପକ୍କା,

ସ୍ନେହ ମମତାରେ 

ଦିଅ ନାହିଁ କାହାକୁ ଧୋକା। 

ଏକ ବଖରା ମାଟି ଘରେ 

ରହୁଥିଲେ ସପରିବାର 

ନ ଥିଲା ଭେଦାଭେଦ,

ପରସ୍ପର ମଧ୍ୟେ 

ଥିଲା ଉତ୍ତମ ବୁଝାମଣା 

ନ ଥିଲା ବାଦ ବିବାଦ।

ଏବେ ପକ୍କା ଘର 

ବହୁତଳ କରି 

ରହୁଛନ୍ତି ଅନେକ ଲୋକ, 

ନାହିଁ ଆଳାପ ମେଳାପ 

ଯିଏ ଯାହାର ପୃଥକ ପୃଥକ।

ବଦଳିଛି ମନର ଭାବ ଭାବନା 

ବଦଳିଛି ଚିନ୍ତା ଚେତନା 

ବଳିଛି ମଣିଷର ଠିକଣା, 

ବଢୁଛି ଯେତେ ରୋଜଗାର 

ବଢୁଛି ସେତେ ଅଭାବ 

ହୁଏ ସେ ବାଟବଣା। 

ସୀମିତ ଜାଗାର ମାଟି ଘରେ 

ଥିଲା ଯେଉଁ ଶାନ୍ତି, 

ବିଶାଳ ପ୍ରାସାଦରେ ନାହିଁ 

ତାର କାଣିଚାଏ 

ବଢି ବଢି ଯାଏ ବିରକ୍ତି। 

ମାଟି ଘର 

ଶିଖାଇଛି ଯେଉଁ ଆତ୍ମୀୟତା, 

ପକ୍କା ଘରେ 

ରଖି ସେ ମାନସିକତା 

ଚଳିଲେ ଆସିବ 

ଜୀବନର ସାର୍ଥକତା। 

  ***  ***  ***



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics