STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Inspirational

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Inspirational

କବିତା ଘର

କବିତା ଘର

1 min
185

ଘର 


   🖊କବିରତ୍ନ ନୂତନ କୁମାର ବେହେରା 


'ଘର' ଏ ସାରା ସଂସାରରେ 

ଏକ ସୁନ୍ଦର ସ୍ଥାନ 

ନିରାପଦ ଅଭୟ  

ନିର୍ଭୟର ଆଶ୍ରୟସ୍ଥଳୀ,

ଯେଉଁଠି ପରସ୍ପର  

ମଧ୍ୟରେ ହସ ଲୁହ ବାଣ୍ଟି 

ଜୀବନଯାକ ମଣିଷ 

ଦେଇଥାଏ ଆତ୍ମବଳୀ। 

ଏଠି ମାଟି କାଠ ପଥରର  

ଗଢା କଳେବର 

ମନ ବେଦନାର କହୁଥାଏ  

ଦରଦିଆ କଥା, 

ଏକ ରକ୍ତର ଡାକରେ 

ଆସେ ଜୁଆର ଓ ଭଟ୍ଟା 

ଜଣେ ଜଣକ ପାଇଁ 

ସହିଥାଏ ଅଶେଷ ବ୍ୟଥା। 

ଏଠି ସମ୍ପର୍କ ଏକ  

ଆତ୍ମୀୟତାର ପରିଚୟ 

ପବିତ୍ର ବନ୍ଧନର 

ଚିରସ୍ଥାୟୀ ଅଛିନ୍ନ ଡୋରି,

ମେହନତ କରୁଥାଏ  

ବୁକୁରୁ ରକ୍ତ ନିଗାଡ଼ି 

ଚାଲେନାହିଁ କେବେ 

ଦେବାନେବାର ହସାବକରି। 

ସମୂହ ସ୍ୱାର୍ଥର ଅଭିଯାନ 

ସଂହତି ଏକତା 

ଏକ ଲକ୍ଷ୍ୟ ଉଦ୍ଦେଶ୍ୟ 

ପ୍ରତିଟି ପ୍ରାଣର ଭାବନା, 

ଆଶା କିଛି ବି ନ ଥାଏ 

ଦାନ ପ୍ରତିଦାନର 

ଧ୍ୟାନ ରଖିଥାଏ ଉନ୍ନତିରେ

ନ କରି ତୁଳନା। 

ଏ 'ଘର' ସଭିଙ୍କର 

ଗୋଟିଏ ଜୀବନ ଫରୁଆ 

ସୁରକ୍ଷିତ ରଖିବାକୁ 

ଚାଲିଥାଏ ଆନ୍ଦୋଳନ,

ଜୀବନକୁ ବ୍ରତ ଭାବି 

କରୁଥାଏ ଆରାଧନା 

ସକଳ କଲ୍ୟାଣ ଲାଗି 

କରେ ପୀୟୂଷ ସନ୍ଧାନ। 



Rate this content
Log in

Similar oriya poem from Inspirational