STORYMIRROR

Shiba Charan Mahapatra

Romance Fantasy

3  

Shiba Charan Mahapatra

Romance Fantasy

କବିତା ବୁଝୁନଥିବା ଝିଅ

କବିତା ବୁଝୁନଥିବା ଝିଅ

1 min
152


କେଉଁ ଧାତୁ କେଉଁ ଅଳଙ୍କାରରେ ଗଢାହୁଏ

କବିତାର ହାତ ଗୋଡ ପାଦ ଓଠ ନାଶା କର୍ଣ୍ଣ

ତେଜୋଦ୍ଦୀପ୍ତ ମୁଖ ମଣ୍ଡଳ..!

ସେକଥା ବୁଝେନା ସେ ଝିଅ..!!


ତା'ପରି

ପୁରୁଷାର୍ଥ ନିଆଁ ଖଣ୍ଡକ ଜାଳିଦେଇ ପାରେ କି କେବେ

କବିତାର ରକ୍ତ ମାଂସ ସ୍ୱେଦ ଅବା

ସୁପ୍ତ ସ୍ନାୟୁ ସକଳ..!

ସେକଥା ବି ସେ ଜାଣେନା..!!


ବିଶ୍ୱାସରେ ଉଡୁଥିବା ଗୁଡି

ଛିଡେ କି କେବେ ଆପଣା ଇଛାରେ..!

ଫୁଲ ପରି ଫୁଟି ଉଠୁଥିବା ଆଶା

ହସେ କି କେବେ ପର ସରଗରେ..!?


ଶ୍ରୁତି ମଧୂର ସବୁ ପବିତ୍ର ଶ୍ଳୋକରେ

ଲେଖାହୁଏ କି କେବେ କବିତାର ସ୍ୱର

ଅବା ପଂକ୍ତି ଥାକରେ ସଜା ହୁଏ

ସାରା ଜୀବନର ଅଳି ଅର୍ଦ୍ଦଳି ଅଭିମାନ ଅଭିଯୋଗଭରା

ବଳକା ସ୍ୱପ୍ନର ଅନ୍ତିମ ପ୍ରହର..!?


ଝର୍କା ରେଲିଂରେ ଝୁଲୁଥିବା ଆଖି ସହିତ

ଋତୁବତୀ ହୁଏ କି କେବେ ଅଭିଶପ୍ତ ଅଭିସାର..!

ନା ତାଳପତ୍ର ବାହୁଙ୍ଗା ଭିତରେ

ହସିପାରେ କେବେ

କବିତାର ଛୋଟିଆ ସଂସାର..!?


ସେ ଝିଅ ଜାଣେନା ସେକଥା..!

ସେଲାଗିତ

କବିତା ବୁଝେନାହିଁ ସେ ଝିଅକୁ

ଆଉ ସେ ଝିଅ ବୁଝେନା କବିତା..!!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance