କବିତା ଆଳାପ-5 : ନାଗରିକ :
କବିତା ଆଳାପ-5 : ନାଗରିକ :
ସବୁ ନାଗରିକ ଛୋଟଥିଲେ ଦିନେ ବଡ଼ହେଲେ ଧୀରେ ଧୀରେ,
ସବୁ ନାଗରିକ ଜନମି ନାହାନ୍ତି କୋଟିପତି ଧନୀ ଘରେ |
ସବୁ ଜ୍ଞାନୀଲୋକ ଅରଜି ନାହାନ୍ତି ରାତାରାତି ଶାସ୍ତ୍ରଜ୍ଞାନ,
ସବୁ ଦାନୀଲୋକ ଅର୍ଥ ନଦେଲେ ବି କରିଥା'ନ୍ତି ଶ୍ରମଦାନ |
ସବୁ ସୁଖୀଲୋକ ବହୁକଷ୍ଟ ସହି ଆଜି ପାଉଛନ୍ତି ସୁଖ,
ସବୁ ଦୁଃଖୀଲୋକ କପାଳରେ ଲେଖାହୋଇ ରହିନାହିଁ ଦୁଃଖ |
ସବୁ ବୋକାଲୋକ ନିରୀହ ନୁହନ୍ତି, ନୁହନ୍ତି ହୃଦୟହୀନ,
ସବୁ ଚନ୍ଦାଲୋକ ଧନୀ ହୁଅନ୍ତିନି କରନ୍ତିନି ଅଭିମାନ |
ସବୁ ଡେଙ୍ଗାଲୋକ ଯୋଗ୍ୟ ହୁଅନ୍ତିନି ଗେଡ଼ା ତାଙ୍କୁ ଜିତିଯାଏ,
ସବୁ ଗୋରାଲୋକ ସୁନ୍ଦର ନୁହଁନ୍ତି କଳା ବି ସୁନ୍ଦର ହୁଏ |
ସବୁ ତ୍ୟାଗୀଲୋକ ଅମର ହୋଇବେ ଏକଥା ବି ସତ ନୁହଁ,
ସବୁ ମୋଟାଲୋକ ନୀରୋଗ ନୁହନ୍ତି ଥିଲେ ବି ସବଳ ଦେହ |
