STORYMIRROR

KRUTIBAS NAYAK

Romance Classics

3  

KRUTIBAS NAYAK

Romance Classics

କବିତା-୯୪

କବିତା-୯୪

1 min
207

ପଲ୍ଲୀଗୀତ      


ପ୍ରଜାପତି ଜାଣେ ଫୁଲର ଠିକଣା ମହୁମାଛି ଚିହ୍ନେ ଫୁଲ,

ବୁଢିଆଣୀ ଜାଣେ ମଶାର ଠିକଣା ବୁଣିଦିଏ ସରୁଜାଲ |(ଘୋଷା)


କାଲ ଜାଣେ ସିନା କାଲୁଣୀର ଠାର ସାପ ଜାଣେ ମୂଷା ଗାତ,

ବେଙ୍ଗ ଜାଣିଥାଏ ବରଷା ଆସିଲେ ବେଙ୍ଗୁଲି ଗାଇବ ଗୀତ |

ବାଛୁରୀ ଜାଣିଛି କିଏ ତା'ର ମାଆ ଚାଟି କରିଦେବ ଗେଲ |

ପ୍ରଜାପତି ଜାଣେ ଫୁଲର ଠିକଣା ମହୁମାଛି ଚିହ୍ନେ ଫୁଲ,

ବୁଢିଆଣୀ ଜାଣେ ମଶାର ଠିକଣା ବୁଣିଦିଏ ସରୁଜାଲ |(1) 


ଗୁଣିଆଁକୁ ଜଣା ଡାହାଣୀର ବାଟ ମାଆ ଜାଣିଥାଏ ବାପ,

ପଣ୍ଡିତଙ୍କୁ ଜଣା ଶାସ୍ତ୍ରଜ୍ଞାନ ସିନା ମନ ଜାଣିଥାଏ ପାପ |

ଚୋର ଜାଣିଥାଏ ପୁଲିସ ଧରିଲେ କରିବ ସେ କଲବଲ |

ପ୍ରଜାପତି ଜାଣେ ଫୁଲର ଠିକଣା ମହୁମାଛି ଚିହ୍ନେ ଫୁଲ,

ବୁଢିଆଣୀ ଜାଣେ ମଶାର ଠିକଣା ବୁଣିଦିଏ ସରୁଜାଲ |(2)


ଲତା ଜାଣିଥାଏ ଚଢିବା କୌଶଳ ଚଢେଇ ଉଡିବା ଜାଣେ,

ରସିକ ଜାଣିଛି ରସର ସୁଆଦ ନଦୀକୁ ସାଗର ଟାଣେ |

ସବୁ ଯିବ ଜନ୍ତୁ ଜାଣନ୍ତି କେଉଁଟା ତାଙ୍କ ପାଇଁ ଖାଦ୍ୟ ଭଲ |

ପ୍ରଜାପତି ଜାଣେ ଫୁଲର ଠିକଣା ମହୁମାଛି ଚିହ୍ନେ ଫୁଲ,

ବୁଢିଆଣୀ ଜାଣେ ମଶାର ଠିକଣା ବୁଣିଦିଏ ସରୁଜାଲ |(3)



Rate this content
Log in

Similar oriya poem from Romance