କବିସୂର୍ଯ୍ୟ ବଳଦେବ ରଥ
କବିସୂର୍ଯ୍ୟ ବଳଦେବ ରଥ
ପରିସ୍ଫୁଟ ହୋଇଥିଲା ବଳଦେବଙ୍କ ଭବନା କାବ୍ୟ
ଚମ୍ପୁ ଚଉପଦୀ ଚଉତିଶା ଭକ୍ତି ସଙ୍ଗୀତରେ
କୃତିତ୍ୱ ବ୍ୟାପି ଥିଲା ତାଙ୍କର ହାସ୍ୟ ରସାତ୍ମକ ତଥା
ବ୍ୟଙ୍ଗ ମୂଳକ କବିତା ଆଦିରେ |୧|
କାବ୍ୟ କବିତା ଥିଲା ସଂସ୍କାରଧର୍ମୀ ସରସ ସରଳ
ମଧୁର ସୁଶ୍ରାବ୍ୟ ସୁବୋଧ ଓ ଭାବଗର୍ଭକ
ତାଙ୍କ ସର୍ଜନା ସୌନ୍ଦର୍ଯ୍ୟ ରସାତ୍ମତା ସାଙ୍ଗୀତିକତା
ଚାତୁରୀ ରସିକତାରେ ଥିଲା ଚିତ୍ତ ଉଲ୍ଲାସକ |୨|
ସମୃଦ୍ଧ କରିଛନ୍ତି ଦେଇ ହୃଦୟସ୍ପର୍ଶୀ ବୈଚିତ୍ର୍ୟମୟ ଓ
ବୈଶିଷ୍ଟ୍ୟମୟ ଗୀତି ଓଡିଆ ସାହିତ୍ୟ ଭଣ୍ଡାରକୁ
କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ ରଚନା କରି ସାହିତ୍ୟର ନନ୍ଦନ
କାନନରେ ପ୍ରସ୍ଫୁଟନ କରିଛନ୍ତି ପାରିଜାତ ପୁଷ୍ପକୁ |୩|
