STORYMIRROR

Sadananda Sahoo

Classics

2  

Sadananda Sahoo

Classics

କବିର ଆଦର୍ଶ

କବିର ଆଦର୍ଶ

1 min
150

କବିର ଆଦର୍ଶ ସମାଜେ ପ୍ରତୀତ 

   ସୁଖଦୁଃଖ ଅନୁସଙ୍ଗି

ଭାବନା ବିଶେଷ କବିର ସମ୍ବନ୍ଧ 

   ସ୍ମୃତିପ୍ରୀତି  ଅନୁରାଗି


ସମାଜର ମିତ ହୃଦୟେ ଦରଦ 

    କଵି ଆଙ୍କେ ଚିତ୍ରଲିପି

ଲେଖନୀ ପରଶେ କଵି ହସେକାନ୍ଦେ 

    ଯାତନା କବଳେ ଛପି


ଅନ୍ୟାୟ ଅନୀତି ସହ୍ୟ କରେନାହିଁ 

     ପ୍ରତିବାଦ କରେ କଵି

ଲେଖନୀ କୁହୁକେ ପରାମର୍ଶ ଦିଏ 

     କଵିବଡ଼ ଅନୁଭବି


ତରବାରୀ ତୁଲ୍ୟ କବିର କଲମ 

   ହାରିବା ଜାତକେ ନାହିଁ

ଶୀତଳ ଯୁଦ୍ଧରେ କବି ଜୟକରେ 

     ହୃଦୟର କଥା କହି


ଶୋଷଣ ବିରୋଧୀ କବି ହିତକାଂକ୍ଷି 

     ସମାଜର ସହୋଦର

ସ୍ଥିତି ପରିସ୍ଥିତି  ପରଖେ ସେ'ନିତି 

    ଲେଖନୀରେ ବାରମ୍ବାର 


ଅର୍ଥ ପୁରସ୍କାର  କରେ ତିରସ୍କାର 

    ଲୋଭମାୟା ରଖେନାହିଁ 

ନିଆରା ମଣିଷ ଲେଖନୀ ସର୍ବସ୍ଵ 

     ଉପହାର  ଦିଏ ବହି    

     

ପାଠକ ସରାଗି କବି ସର୍ବ ବ୍ୟାପି 

     ସ୍ନେହଁ ସଦିଚ୍ଛାର ମିତ

ପାଠକ ମହଲେ ଆଦୃତ ହୋଇଲେ 

      ହୃଦୟରୁ ହସେ ସତ


ପ୍ରକୃତିର ସୁତ  କବି ବରପୁତ୍ର 

     ରମ୍ୟ ଚେତନାର ବନ୍ଧୁ

ସୁରମ୍ୟ ସୃଷ୍ଟିକୁ ଉପମା ଦେବାକୁ 

     ପାରିହୁଏ   ସପ୍ତସିନ୍ଧୁ


ପାହାଡ ଝରଣା ମରୁଭୂମି କଣ୍ଟା 

   କଳ୍ପନାର  ଅନୁପ୍ରାସ

କାନନ'କି ବନ ଅବା ଉପବନ 

   କବି ଲେଖନୀର ଶୋଷ


ନଦନଦୀ ହ୍ରଦ ବାଲୁକା ସମ୍ପଦ 

    ଜଳରାଶି ପୁର୍ଣ୍ଣକୁମ୍ଭ

କବି ଭାବନାର ସଚିତ୍ର ଭଣ୍ଡାର 

    ଲେଖନୀର ଆୟାରମ୍ଭ


ସାଗର ବୁକୁରେ କବି ଚାଲିଗଲେ 

   ମୁକ୍ତାମଣି  ପର୍ଶ୍ପପାଏ

ବେଳାଭୂମି ବାଲି କଥାହୁଏ ଖୋଲି 

   ମୋପାଇଁ ଲେଖିବ ହାଏ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics