STORYMIRROR

Ajit Kumar Raut

Action

4  

Ajit Kumar Raut

Action

କବିଙ୍କ କବିତା

କବିଙ୍କ କବିତା

1 min
207


ସାମାଜିକ ସ୍ଥିତି ସାମାଜିକ ପ୍ରଥା

ରୂପ ଦେଉ ଥାଏ କବି

କୁଚକ୍ରାନ୍ତ କଥା ବର୍ଣ୍ଣିତ କରଇ

କବିତା ରୂପରେ କବି।୧।

ପ୍ରାକୃତିକ ରୂପ, ରୂପ ଦେଉଥାଏ

ଗୄହ ଜଞ୍ଜାଳରେ ପଡି

ଦରିଦ୍ରତା ରୂପି ରୂପର ବର୍ଣ୍ଣନା

କରେ ଦେଶ ହିତେ ପଡି।୨।

ଅଗାଧ ସମୁଦ୍ର ଚରାଚର ପୃଥ୍ଵୀ

କବିର କଳ୍ପନା ଏହି

ଗଛ ଲତା ପତ୍ର ପୁଷ୍ପର ସୌନ୍ଦର୍ଯ୍ୟ

ବର୍ଣ୍ଣିତ କରଇ ଏହି।୩।

ଦେଶର ସୁରକ୍ଷା ଦେଶର ବୈଭବ

କବି କବିତାଟି ଏହି

ଦେଶ ପ୍ରତି ତାର ଜୀବନ ଅର୍ପଣ

କବି ମୂଳ ମନ୍ତ୍ର ଏହି।୪।

ପ୍ରଭୁଭକ୍ତି ଆଉ ଧର୍ମର ପ୍ରଚାର

କବି ରୂପ ଦିଏ ନିତି

ସୁପଥର ମାର୍ଗ ପଥଗାମୀ ପାଇଁ

କବିତା ଲେଖଇ ନିତି।୬।

ଭାଷାର ମହତ୍ତ୍ଵ ବର୍ଣ୍ଣିତ କରୋଇ

ଭାଷାର ବିକାଶ ପାଇଁ

କୁକର୍ମର କଥା ରୂପ ଦିଏ ନିତ୍ୟେ

ଦେଶର ମଙ୍ଗଳ ପାଇଁ।୭।

ଗୀତା ଭାଗବତ ରାମାୟଣ କଥା

ଆଦରେ ରୂପଟି ଦିଏ

ପୂରଣ ସଂସ୍କୃତି ଓଡ଼ିଆ ସଂସ୍କୃତି

କବିର କଳ୍ପନା ହୁଏ।୮।

ଆଦର ନ କରୁ ସମାଜ ତାହାକୁ

ଗୁଣ୍ଡୁଚିର ରୂପ ଧରେ

କିଛି ଅନୁଦାନ ଦେଶ ପାଇଁ ହେଉ

ପ୍ରଭୂଙ୍କ ଭକ୍ତିଟି ଧରେ।୯।

କବିର କଳ୍ପନା ପବିତ୍ର ଦର୍ପଣ

ଆଦର ହେଉ ମହିରେ

ପ୍ରଭୁଙ୍କର ଭକ୍ତି ଅମୂଲ୍ୟ ରତନ

ଗ୍ରହଣ ହେଉ ଦେଶରେ।୧୦

ସାମାଜିକ ସ୍ଥିତି ସାମାଜିକ ପ୍ରଥା

ରୂପ ଦେଉ ଥାଏ କବି

କୁଚକ୍ରାନ୍ତ କଥା ବର୍ଣ୍ଣିତ କରଇ

କବିତା ରୂପରେ କବି।୧୧।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action