କବି ସ୍ରଷ୍ଟା, ନୁତନତା ଭରି ଦିଏ
କବି ସ୍ରଷ୍ଟା, ନୁତନତା ଭରି ଦିଏ
ହେ ପାଠକେ ଏହି ମୋ ଲେଖାରେ, ସ୍ୱୀକାର
କରୁଛି, କବିତା ଲେଖିବା ମୋର ଜ୍ଞାନ ନାହିଁ,
ଓଡିଆ ମୋ ମାତୃଭାଷା, ପାଠକ ଜଣେ ମୁଁ,
ସାହିତ୍ୟ ସାଧକ ହୋଇ ପାରି ନାହିଁ ।
ଓଡିଆ ଭାଷାର ଉନ୍ନତି ମୋର ଭାରି ଇଚ୍ଛା, ମୋ
ଭାଷା ସାହିତ୍ୟକୁ ଜାଣିବାର ପାଇଁ,
ଛୋଟ ମୋର ମନ, କବି ଓ କବିତାର ଭାବନା
ମୋର ମନକୁ ଯାଏତ ଛୁଇଁ ।
ହ୍ୱାଟ୍ସଆପ ଫେସବୁକରେ ଆପଣ ମାନଂକ
ଲେଖା ପଢି ଧନ୍ୟ ମଣି ଥାଇ,
ନିଜେ ମୁହିଁ ଖୁସି ହୁଏ, ଜଗତ ମଙ୍ଗଳେ
କବିର କଳ୍ପନାରେ ଭାସି ଯାଇ ।
କବିର କଳ୍ପନା ଓ ସାହିତ୍ୟ ସାଧନାର ଲେଖନୀ,
ମନକୁ ଅତୀବ ପ୍ରେରଣା ଦିଏ,
ତାହାର ମନ୍ତ୍ରିତ ମହକରେ, ହୃଦୟରେ ନୂତନ ସ୍ପନ୍ଦନ
ଭରି, ଭଙ୍ଗା ହୃଦୟକୁ ରାହା ଯୋଗାଏ ।
କବିର ଶବ୍ଦ ତୁଳୀର ଭାବନାରେ, ଛଦ୍ମ ଶିଳାର
ଛବି ଆଂକି ହୋଇପାରେ,
ଅଦୃଶ୍ୟ ଦଇବ ଭଳି, ଅନ୍ଧାର ଦୂରେଇ, ଗରିବକୁ
ଆଲୋକ ଦେଇ, ସାହା ହୁଏ ତା ମନ ମଧ୍ୟରେ ।
ପ୍ରକୃତ କବି ବିଭେଦରେ ଭାଙ୍ଗେ ନାହିଁ ସମାଜକୁ
କବିତା ମାଧ୍ୟମେ, ଯୋଡେ ସେହି,
ସ୍ରଷ୍ଟା ସେ, ଉଜୁଡା ଅସଜଡା ସାମାଜିକ ବ୍ୟବସ୍ଥାକୁ
ସଜାଡେ ନୁତନତା ଭରି ଦେଇ ।
ପୁଂଜିବାଦୀ ଶାସନତନ୍ତ୍ରରେ, ଭଙ୍ଗା କୁଡିଆ ଭିତରେ,
ଗରିବ ଭୋଗୁଛି ଶୀତ କାକରର ଜୀବନ
ସମସ୍ତଂକୁ ଯୋଗାନ୍ତି ଖାଦ୍ୟ, ବସ୍ତ୍ର, ଗୃହ, କିନ୍ତୁ ଶୁଣନ୍ତି,
ପୁଂଜିପତିଠୁ ଶବଦ, ଶଳା ସଇତାନ ।
ଗରିବ ମାଇପ ଈଜ୍ଜତ ଲୁଟି, ନ୍ୟାୟ ଦ୍ୱାରେ, ହୁଅନ୍ତି
ରୁଣ୍ଡ, ସଂଗେ ଧରି ତାଂକର ଯେତେକ ଚେଲା
ନେତା, ମନ୍ତ୍ରୀ, ଓକିଲ, ନ୍ୟାୟପାଳ, ରକ୍ଷକ ହୋଇ
ଭକ୍ଷକ ବନନ୍ତି, ତାଙ୍କ ରକ୍ଷାକାରୀ ପୋଲିସବାଲା ।
କବି ତାର ଶବ୍ଦ ଯାନରେ, ଛୁଇଁ ସ୍ୱର୍ଗ ମର୍ତ୍ତ୍ୟ ପାତାଳକୁ
ରୂପ ଦିଏ ଜୀବନ ଗ୍ରନ୍ଥର ଗୀତିକାକୁ
ମୁଁ ତ ସାହିତ୍ୟରେ ମୂଢ଼ ଅଜ୍ଞାନ କେମିତି ପାରିବି କୁହ
ଲେଖି ଆଖିର ଲୁହକୁ, ଓଠର ଅକୁହା କଥାକୁ ।
ଦୁଃଖ କରେ ମନେ ମନେ, ଦେଇ ପାରୁନି ଆପଣଂକୁ
ଲେଖାରେ ପ୍ରେମର ଶୀତଳ ସ୍ପର୍ଶକୁ
ମଧୁର ମୂର୍ଚ୍ଛନା ଗୀତ ଯୋଡି ପାରୁନି ପୁରୁଣା ସେ
ମୂର୍ଚ୍ଛନାର ମୂର୍ଛିତ ସ୍ୱରକୁ ।
