କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ
ସଖୀ କହଲୋ ସଖୀ କହଲୋ
ଉପଇନ୍ଦର ଭଞ୍ଜ ଚରିତ,
କାନେ ଶୁଣାଲୋ ଗୀତେ ଗାଆଲୋ
ବୈଦେହୀଶ ବିଳାସ ସଙ୍ଗୀତ ।
ଶୁଣ ସୁଧୀ ଜନ ଡେରି କାନ
ପିତୃପରିଚୟ ବର୍ଣ୍ଣନ ଯେ,
ରାଜପୁତ୍ର ଭଞ୍ଜ ଘୁମୁସର
କବି ସମ୍ରାଟ ବୀରବର ଯେ ।
ଲେଖେ କାବ୍ୟ ଗୀତି ମଙ୍ଗରାଜ
ସଖୀ ଝରେ ଅମୃତ ବିନ୍ଦୁ ଯେ,
କବିକୁଳକେଶରୀ ଉପାଧୀ
ଧାର ନଦୀ ସକଳ ସିନ୍ଧୁ ଯେ ।
ଶୁଣ ଶୁଣ ହେ କବି ଗୁଣ ହେ,
ବୈଦେହୀଶ ବିଳାସ ରାମାୟଣ ହେ
କଣ୍ଠେ କୋଇଲି ବୃତ୍ତେ ବୋଇଲି,
ଛାନ୍ଦେ ରାଗ ମଙ୍ଗଳଗୁଜ୍ଜରୀ ହେ ।
"ବରହିବଂଶେ ଉଦ୍ଭବ ନୃପ-ଧନଞ୍ଜୟ ।
ବିଶିଷ୍ଟେ ଘୁମୁସରଅଧିପ ଗୁଣାଳୟ ଯେ ।
ବେନି ଅର୍ଥେ ସେ କବି ଗଣେଶ ବୋଲି ଜାଣ ।
ବନ୍ଦନ ତଦ୍ଧତ ତାଙ୍କ ନନ୍ଦନ ପ୍ରମାଣ ଯେ ।
ବସୁଧାପତି ସେ ନୀଳକଣ୍ଠ ନାମେ ଖ୍ୟାତ ।
ବିଧାନରେ ମୁଁ ହିଁ ତାହାଙ୍କର ଜ୍ୟେଷ୍ଠସୁତ ଯେ ।
ବୀରବର ପଦ ଉପଇନ୍ଦ୍ର ମୋର ନାମ ।
ବାରେ ବାରେ ସେବାରେ ମନାଇଁ ସୀତାରାମ ଯେ ।
"ଆଜ ଦେଖିଲି ରେ, ନବୀନ ବୟସୀ ବାଳା ।
ପାଇଥାନ୍ତି ଯେବେ ଚନ୍ଦ୍ରବଦନୀକି
କରିଥାନ୍ତି ଗଳାମାଳା ।
ଆଠତାଳି ଚଉପଦୀ ସୁରେ ତାଳେ କମ୍ପିଲା,
ଆଜ ଶୁଣିଲି ରେ, କୋକିଳ ସଙ୍ଗୀତ କଳା।
ଗାଇଥାନ୍ତି ଯେବେ କୁହୁ କୁହୁ ତାନେ
ଫାଟିପଡୁଥାନ୍ତା ଗଳା ।
ମୋ ରାମା ମନେ କି ପାଞ୍ଚିଲା,
ରାଗ ଆଶାବରୀ ବୃତ୍ତେ ରଚିଲା
ତାରା ଗୋଟି ଗୋଟି ଖସିଲା,
ଭଞ୍ଜ ସାହିତ୍ୟ ଆକାଶେ ଉଇଁଲା ଯେ ।
"ଆହା ମୋ ଜୀବନ ଧନୀ ଜୀବନେ କି ଥିବରେ,
ନିଶାକର ବିଧୁମୁଖୀ କିସ କରୁଥିବ ରେ ।
ଆଶା ପଲଙ୍କରେ ବସି ଭାଷା ଲେଖୁଥିବ ରେ ।
ରାଗ ମିଶ୍ର ଖମ୍ବାଳ ତାଳେ ଏକତାଳି,
ଆରେ ମୋ ପ୍ରାଣ ସଙ୍ଗିନୀ ରାଗରେ କି ଥିବରେ ।
କବି ଉପେନ୍ଦ୍ର ଭଞ୍ଜ ରଚି କେ ଗାଉଥିବ ରେ,
ନୀସା ସାରେଗାରେ ଗାନ ଗୀତା ଗାଉଥିବ ରେ ।
"ଶ୍ରୀମତି ଶ୍ରୀପତି ବୃନ୍ଦାବନେ କେଳି ରଚିଲେ ।
ବୃନ୍ଦାବନ ଶୋଭା ତରୁ ତରୁ ତଳେ କଳ୍ପତରୁ,
ତରୁଣୀ ରତନ ତରୁ ତରଳାକ୍ଷୀ ମାତିଲେ ।
ରାଗ ମିଶ୍ର ଖମ୍ବାଳ ତାଳେ ଆଦିତାଳ ବାଜିଲେ,
କବି ଉପେନ୍ଦ୍ର ଭଞ୍ଜ ଗୀତ ସଙ୍ଗୀତ ଝରିଲେ ।
ମଧୁବନ ଆଭା ତରୁ ବକ୍ଷେ ରାସ କଦମ୍ବରୁ,
ତରୁଣୀ ରାଧିକା କୃଷ୍ଣ କୁଞ୍ଜବନେ ରସିଲେ ।
"ମଲ୍ଲୀମାଳ ଶ୍ୟାମକୁ ଦେବି, ମନ ତୋଷିବି
ଗ୍ରୀଷମ ହୋଇଲେ ବାସ ଚନ୍ଦନ ମୁଁ ଲେପିବି ।
ତା ଅଙ୍ଗରୁ ସ୍ୱେଦବାରି ଯେବେ ପଡ଼ୁଥିବ ଝରି
ମୋ ଦୃଷ୍ଟି ପଡ଼ନ୍ତେ କାନିପଣନ୍ତରେ ପୋଛିବି ।
ହରେକୃଷ୍ଣ ଦେବ କହି
ରାଧା କୃଷ୍ଣ ପ୍ରେମ ସେହି
ଭକତି ଭାବରେ ବନ୍ଧା ଭବୁଉଦ୍ଧାର ହେବି ।