STORYMIRROR

Sunanda Mohanty

Classics Inspirational Others

4  

Sunanda Mohanty

Classics Inspirational Others

ଅଭିମାନ ବୋଲି କିଛି

ଅଭିମାନ ବୋଲି କିଛି

1 min
278

ଅଭିମାନେ କିଛି କହିବିନି ଆଉ ସାଙ୍ଗ ସାଥି ସହୋଦରେ 

ଅଭିମାନ କିଏ ବୁଝିବ କେମିତି ହୃଦୟହୀନ କୁ ପଚାର ଥରେ ।


ଅଭିମାନ ବୋଲି କିଛି ନାହିଁ ମୋର ବାପା ମାଆଙ୍କ ଉପରେ 

ଅତୀତ ହୋଇ ପିତୃପୁରୁଷ ହେଲେଣି ଦୁଃଖସୁଖ କହିବିକାରେ ।


ଅଭିମାନ ଆଉ କରିବି ନାହିଁ ମୁଁ ଜୀବନ ସାଥିଙ୍କ ଉପରେ 

ଜାତକ ମେଳକ ନୁହେଁ ରାଜଯୋଟକ ଭାବି କିବା ଲାଭ ଥରେ।


ପୁଅ ଉପରେ ମୁଁ ଅଭିମାନ କଲେ ଚାଲିଯିବ ବହୁ ଦୂରେ 

ତାହସ ଖୁସିର ସଂସାରେ ରକ୍ତ ହେବ ପର ରହିବ ଶଶୁର ଘରେ ।


ଝିଅ ଉପରେ ମୁଁ ଅଭିମାନ କରି ଲାଭ ନାହିଁ ଜାଣିବାରେ 

ପରଗୋତ୍ରୀ ହୋଇ ଶାଶୁ ଶଶୁର ସ୍ୱାମୀଙ୍କ ମାନ ବଢା଼ଉ ସଂସାରେ ।


ଅଭିମାନ ଖାଲି ତୁମରି ଉପରେ ସାର୍ବଜାଣ କଳାକାର ସୃଷ୍ଟିରେ 

ତୁମେ ଥାଉ ପ୍ରଭୁ ହୁଏ ମୁଁ କାହିଁକି ବାଟବଣା ଥରେ ଥରେ ।


କରୁଣା ରୁ ଉଣା କାହିଁକି କରୁଛ ପଡୁଛି ତୁମ ପୟରେ 

ନିର୍ଦେଶ ଅବଶ୍ୟ ପାଳୁଛି ହେ ପ୍ରଭୁ ଆଜ୍ଞା ଦେଉଛ ମୋ ଉପରେ ।


ତଥାପି ମୋ ଅଭିମାନ ହେ ଗୋସାଇଁ ରଖ ସଭିଙ୍କୁ ସୁଖରେ 

ନିର୍ଜୀଵ ସମସ୍ତ ପାଆନ୍ତୁ ଆଶ୍ରୟ ଖାଦ୍ୟ ବସ୍ତ୍ର ନିତ୍ୟାନ୍ତ ଆବଶ୍ୟକତାରେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics