STORYMIRROR

Suresh chandra Padhy

Classics

4  

Suresh chandra Padhy

Classics

କୋରୋନା ଓ ବିଚଳିତ ଜୀବନ

କୋରୋନା ଓ ବିଚଳିତ ଜୀବନ

1 min
572

କୋରୋନା ସଭିଙ୍କୁ ବିଚଳିତ କରିଛି

ଜୀବନ ଜୀବିକାକୁ ପ୍ରଭାବିତ କରି ଦେଇଛି

କୋରୋନା କେତେ କ୍ଷତି ଲୋକଙ୍କ କରିଛି

ସାରା ବିଶ୍ୱରେ ରୋଗ ରୁପେ ଆତଙ୍କ ସୃଷ୍ଟି କରିଛି

କୋରୋନା ସ୍ୱାସ୍ଥ୍ୟ କୁ ଖରାପ କରିଛି

କେତେ ନିରୀହ ଙ୍କ ପ୍ରାଣ ସେ ନେଇଛି

କେତେ ପରିବାର କୁ ଭାଙ୍ଗି ସେ ତ ଦେଇଛି

କେତେ ସ୍ତ୍ରୀ ଙ୍କୁ ବିଧବା କେତେ ପିଲାଙ୍କୁ ଅନାଥ କରିଛି

କେତେ ଲୋକଙ୍କୁ ଭୋକିଲା ରଖିଛି

କେତେ ରୋଜଗାର ଛଡାଇ ନେଇଛି

ପ୍ରତି ଘରେ ସଭିଙ୍କୁ ଗୃହ ବନ୍ଦୀ କରିଛି

ଦେହ ମନ କୁ ଥରାଇ ସେ ଦେଇଛି

ପିଲାଙ୍କ ପାଠ ପଢା ବର୍ ବାଦ କରିଛି

ପ୍ରତି ଶିକ୍ଷା ଅନୁଷ୍ଠାନ କୁ ବନ୍ଦ କରିଛି

କେତେ ଯାନୀ ଯାତ୍ରା ର ପରମ୍ପରା ଭାଙ୍ଗିଛି

ପ୍ରତି ଦେବାଳୟରେ ଦିଅଁ ଦର୍ଶନଠୁ

ଦୁରେଇ ଦେଇଛି

କେତେ ଲୋକଙ୍କ ଅକାଳ ବିୟୋଗ ହୋଇଛି

କୁଢ଼ କୁଢ଼ ଶବ ନୀତି କେତେ ଦାହ ହୋଇଛି

ପ୍ରତି ମୁହଁ ରେ ସେ ତୁଣ୍ଡି ବନ୍ଧାଇଛି

ପ୍ରତି ମଣିଷ ଭିତରେ ଦୂରତା ରଖିଛି

ଆଜି ବି ସେ ଭୟ ସଭିଙ୍କ ଭିତରେ ଅଛି

କିଏ କାହା ସାଥେ ମିଶିବାକୁ ଡରୁଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics