Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nirupama Dehuri

Classics

4  

Nirupama Dehuri

Classics

ସନ୍ଧ୍ୟା ଭ୍ରମଣ

ସନ୍ଧ୍ୟା ଭ୍ରମଣ

1 min
308


ଦେହକୁ ଲାଗଇ ଆରାମ ଦାୟକ

ସନ୍ଧ୍ୟାରେ କଲେ ଭ୍ରମଣ

କର୍ମ ଜଞ୍ଜାଳରୁ ମୁକ୍ତି ମିଳିଥାଏ

ପ୍ରଫୁଲ୍ଳିତ ହୁଏ ମନ ।

ଦିବସ ରଜନୀ ସନ୍ଧିକ୍ଷଣ ପୁଣି

ସନ୍ଧ୍ୟା କରଇ ସଂଯୋଗ

ସକାଳ ସନ୍ଧ୍ୟାରେ ବ୍ୟାୟାମ କରିଲେ

ଉପସମ ହୁଏ ରୋଗ ।

ଯୋଗୀ ଋଷି କରେ ଦେବ ଆରାଧନା

ବିଭୁ ପଦେ ଦିଏ ମନ

ଏହି ସନ୍ଧ୍ୟା ପୁଣି ପ୍ରେମି ଯୋଡ଼ି ପାଇଁ

ପ୍ରେମ ଆଦାନ ପ୍ରଦାନ ।

ସହରଗୁଡିକେ ପାର୍କ ମନଙ୍କରେ

ରଙ୍ଗବେରଙ୍ଗ ଆଲୋକ

ଝଲସି ଉଠଇ ଆନନ୍ଦେ ମଗନ

ଶିଶୁ ଠାରୁ ଯେ ବୟସ୍କ ।

ଏଇ ସନ୍ଧ୍ୟା ପୁଣି ଋଷି ଆଶ୍ରମରେ

ବେଦର ଓଁକାର ନାଦ

ସନ୍ଧ୍ୟା ତର୍ପଣ ଶାସ୍ତ୍ର ଯେ ପୁରାଣ

ଶିଷ୍ୟଙ୍କ ସଙ୍ଗେ ବିନୋଦ ।

ସତ୍ ଶିକ୍ଷା ଦିଅନ୍ତି ଗୁରୁ ଯେ ଶିଷ୍ୟ ଙ୍କୁ

ଦିବସର ଉପାନ୍ତରେ

ଜ୍ଞାନ ଗାରିମା ରେ ଭବିଷ୍ୟ ଉଜ୍ବଳ

ଅଜ୍ଞାନ ହରଇ ଦୂରେ ।

ଆଜିର ମଣିଷ ଯନ୍ତ୍ର ହୋଇ ଯାଏ

ସମୟ ନାହିଁ ତା ଠାରେ

ଦିବସ ରଜନୀ ସ୍ବାର୍ଥ ପଛେ ଧାଏଁ

ଭାବନା ବହୁତ ଦୂରେ ।

ମାନବିକତା, ଦୟା, କ୍ଷମା ସବୁ

ନାହିଁ ମଣିଷ ପାଖରେ

ସାହାଯ୍ୟ ବଦଳେ ମୁହଁ ମୋଡ଼ି ଦିଏ

ସ୍ଵାର୍ଥର ସାରଥୀ ଟିଏ ।

ସଂପର୍କର ମାନେ ବୁଝୁ ନି ମଣିଷ

ପରିବାର ଠାରୁ ଦୂରେ

ବୃଦ୍ଧ ପିତାମାତା ବୃଦ୍ଧା ଭ୍ରମେ ଦିଏ

ସୁବିଧାବାଦୀ ସେ ହୁଏ ।

ମନ ବିବେକର ଚେତନା ହରାଏ

ପ୍ରକୃତ ପ୍ରେମ ନାହିଁ

ନିର୍ମମ ଭାବେ ନିଜ ପରିବେଶ

ଧ୍ବଂସ କରୁଅଛି ସେହି ।

କାହୁଁ ବା ପାଇବ ପ୍ରେରଣା ଉତ୍ସ

ସନ୍ଧ୍ୟା ଭ୍ରମଣ ସୁଖ ‌‌

ଏ କଳି ଯୁଗରେ ମଣିଷ କଣ୍ଢେଇ

ଯନ୍ତ୍ର ମାନବ ଟିଏ ।

ଏଥି ପାଇଁ ପରା କରୋନା ଓମିକ୍ରନ୍

ମଣିଷର ପଛେ ଧାଏଁ ।

ବିଜ୍ଞାନ କରିଛି ଯେତେ ଅଗ୍ରଗତି

ଛାଇ ଆଲୁଅ ର ଭାତି ।

ସୁବିଧା କରୁଛି ଅସୁବିଧା ପୁଣି

ଦ୍ବାରେ କବାଟ ଫିଟୁଛି ।।


Rate this content
Log in

Similar oriya poem from Classics