STORYMIRROR

Sunanda Mohanty

Abstract Classics

3  

Sunanda Mohanty

Abstract Classics

ଭଗ୍ନାଂଶ

ଭଗ୍ନାଂଶ

1 min
108

ଜୀବନ ଭଗ୍ନାଂଶରେ କିଏ ଲବ କିଏ ହର

ପିତା ମାତାଙ୍କ ସହ ଆନ୍ତରିକତା ସୂତ୍ରଧର

ଭାଇ ଭଗ୍ନୀଙ୍କ ସଙ୍ଗେ ମଜଭୂତ ଡୋର

ସ୍ୱାମୀ ସ୍ତ୍ରୀ ସମ୍ପର୍କ ଅତୀବ ମଧୁର

ଜେଜେ ଜେଜେମା ରକ୍ଷାକର୍ତ୍ତା ପାରିବାରର

ଆଈ ଅଜା ସ୍ନେହ ଶ୍ରଦ୍ଧା ଭାବରେ ଛୁ ମନ୍ତର

କିନ୍ତୁ କିଏ ଲବ କିଏ ହର???

ଦିନ ପରେ ରାତିର ଅନ୍ଧାର ଚମତ୍କାର

ସୂର୍ଯ୍ୟ ଚନ୍ଦ୍ର ଚିରନ୍ତନ ସତ୍ୟ ସୌଦାଗର

ପୂର୍ଣ୍ଣମୀ ଓ ଅମାବାସ୍ୟା ପାକ୍ଷିକ ବେଭାର

ଜୁଆର ଭଟ୍ଟା ପରିଚୟ ଦିଏ ସମୁଦ୍ରର

ପରାଗ ଓ ଗ୍ରହଣ ଆକାଶକୁ କରନ୍ତି ଥରହର

ହେଲେ କିଏ ଲବ କିଏ ହର!

ମନ ଓ ହୃଦୟ ପରିପୂରକ ଶରୀରର

ଜହ୍ନ ଓ ତାରା ଭିତରେ ନୀଳକଇଁ ବରାବର

କୃଷକ ସୈନିକ ଏ ଦେଶ ଯାଦୁଗର

ଶିକ୍ଷା ଓ ସ୍ୱାସ୍ଥ୍ୟ ଅଭେଦ ଯୌଗିକ ମନ୍ତର

ଜାଣେନା କିଏ ଲବ କିଏ ହର !

ବନ୍ଧୁତା ଓ ବନ୍ଧୁ ବିଶେଷଣ ବିଶେଷ ପଦର

ଛାନ୍ଦ ସହ ଅଳଙ୍କାର କବିତାରେ ମଲ୍ହାର

ସ୍ବପ୍ନ ସହ ନିଦ ସହଭାଗୀତା ମନ୍ତ୍ର ତନ୍ତ୍ର ଅପାର

ପଦ୍ୟ ସହିତ ଗଦ୍ୟ ସାହିତ୍ୟମନସ୍କ ଅପାର ସାକାର

କହିପାରିବ କିଏ ଲବ କିଏ ହର

ହର ପାର୍ବତୀ ବର ଲବ ସ୍ୱୟଂ ପାର୍ବତୀ ପ୍ରକୃତ ଭଗ୍ନାଂଶ 

ହର ମହାଦେବ ଲବ କଣ୍ଠ ତଟ ନୀଳ ବିଷ

ହର ଶିବଶମ୍ଭୁ ଲବ ଡମ୍ବରୁ ନିନାଦ 

ହର ନୀଳକଣ୍ଠ ଲବ ଗଜାନନ ଆନନ

ହର ଆଶୁତୋଷ ଲବ ତ୍ରିଶୁଳ ମିଶ୍ର ଭଗ୍ନାଂଶ

ଆଉ ଯେତେ ସବୁ ଅବଶିଷ୍ଟ ଅପ୍ରାକୃତ ଭଗ୍ନାଂଶ ବିଶେଷ ।


Rate this content
Log in

Similar oriya poem from Abstract