STORYMIRROR

Chittaranjan Nanda

Abstract Classics Inspirational

4  

Chittaranjan Nanda

Abstract Classics Inspirational

ମିଛ ମଣିଷ

ମିଛ ମଣିଷ

1 min
307

ଜଙ୍ଗଲ ତ ଆମ ପ୍ରାଣ ରକ୍ଷାକାରୀ, ବଞ୍ଚିବା 

ପାଇଁ ଅମ୍ଳଜାନର ଅବଦାନ,

ବୃକ୍ଷ ବିହୁନେ ରହିବନି ଜୀବଜଗତ, 

ମଣିଷ ସମାଜ ସେହି କଥା ଜାଣ।


ଜଙ୍ଗଲ ଅଛି ବୋଲି ଆକାଶର ମେଘ ବରଷା 

ହୋଇ ଜଳ ପଡେ ଝରି, 

ଶୀତଳ ହୁଏ ବାୟୁ ମଣ୍ଡଳ,ବାୟୁ ମଣ୍ଡଳୁ 

ବିଷାକ୍ତ ବାଷ୍ପ ହୁଏ ନଷ୍ଟ, ତାର କିଏ ସରି ।


ଜଙ୍ଗଲି ଗଛର ଫୁଲ ଫଳ ମୂଳ ଡାଳ ପତ୍ର ଚେରରେ 

ଓ ବହୁ ପ୍ରକାର ଜଙ୍ଗଲ ଜାତ ଦ୍ରବ୍ଯରେ

ଉପକାର ଭରି ରହିଛି, ଏହି ସତ୍ୟକୁ ସମସ୍ତେ 

ହୃଦୟଙ୍ଗମ କରିଛେ ଆମେରେ ।

     

ଗାଁ ହୋଇଛି ଶିଳ୍ପ ଯୋଗୁଁ ପରିବର୍ତ୍ତନ, ଜଙ୍ଗଲ 

ନାହିଁ ଉଚ୍ଚ ଅଟ୍ଟାଳିକା ମାନ ଦଣ୍ଡାୟମାନ

ଗ୍ରାମରେ ପୁଂଜିପତି ଲୁଟେରା, ବନ୍ୟଜନ୍ତୁଙ୍କର

ଉପଦ୍ରବେ, ମାଟି ପୁଅର ସ୍ବପ୍ନ କିପରି ହେବ ପୂରଣ।


ଆରେ ମଣିଷ, ଭାଷଣରେ ଵକୁଛ, ଗାଆଁ ଡାକୁଛି 

ଫେରି ଆସ ଦାଦନ,ଅପେକ୍ଷାରେ ରହିଛ ଚାହିଁ

ଶପଥ କରୁଛ ଜଙ୍ଗଲ ସୁରକ୍ଷା କରିଵୁ ନିତି ଦିନ,

 ଜଙ୍ଗଲ କାଟି ବଢ଼ାଉଛୁ, ମିଛର ମଣିଷ ହୋଇ ।


ଏଇ ଜଳ, ଜମି, ଜଙ୍ଗଲ, ଦେଶର ଯେତେକ, ଦେଇଛି ପ୍ରକୃତି, ସବୁ ଜୀବର ଉପଭୋଗ ପାଇଁ

ହେ ମିଛ ମଣିଷ, କାହାର ସେ ଧନ, ତାକୁ ଶାଗ ମାଛ 

ପରି ବିକି ଚାଲିଛୁ, କେଉଁ ଅଧିକାର ନେଇ ।


ହେ ମିଛର ମଣିଷ, ଯେତେ ଜୋଡୁଛୁ ପ୍ରକୃତି ଉପରେ ଅତ୍ୟାଚାର କରି, ତୋ ପାଇଁ ହେବ ମୂଲ୍ୟହୀନ

ହେଉଛୁ କାହିଁକି ମିଛର ମଣିଷ, ଶୂନ୍ୟ ହାତେ ଆସିଚୁ ଶୁନରେ ତ ଯିବୁ, ଏହି ସତ ଚିରନ୍ତନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract