କବି ଓ ଅକବିର କବିତା
କବି ଓ ଅକବିର କବିତା
ରଘୁନାଥ ଧଳ ସାମନ୍ତ
ତୁମେ ଗଲାପରେ
ମୁଁ ଆଉ କବିତା ଲେଖୁନି l
ଲେଖୁନି ନୁହେଁତ ଲେଖି ପାରୁନି l
କାରଣ,ଆପଣା ଆପଣାର ଭାବନେଇ
ମହମହ ହୋଇ ମହକୁଥିବା ମୋ ଶବ୍ଦର ଫୁଲ ସବୁ
ସତେ ଯେମିତି ମୋ ପାଇଁ ଅର୍ବାଚୀନ ଅପାକ୍ତେୟ l
ଏମିତି କହିଲେ
ମୋ ଲେଖିବା ନ ଲେଖିବାରେ କ’ଣ ବା ଫରକ ଅଛି l
ମୁଁ ତ ଆଉ ଲିଖୁନଥିଲି ମୋ ପ୍ରତିଷ୍ଠା ପାଇଁ କିମ୍ବା
ଆଉ କାହାକୁ ପ୍ରଭାବିତ କି ଆମୋଦିତ କରିବାକୁ l
ମୁଁ ବି ତ ଲେଖୁନଥିଲି ତୁମ ମନ କିଣିବାକୁ କି ମନ ଜିଣିବାକୁ l
ମୁଁ ଖାଲି ଲେଖୁଥିଲି କେବଳ ଆଉ କେବଳ
ତୁମ ନରମ ଓଠ ଧାର ରେ ଟିକିଏ ହସ ଦେଖିବାକୁ l
ତୁମେ ଗଲାପରେ
ମୋ ପାଇଁ କବିତା ଆଉ ସଙ୍ଗାତର ଅନ୍ତ ହେଲା l
କାହିଁକି କେଜାଣି ଆଉ କାହା କଣ୍ଠରେ
ଜନ କଲ୍ୟାଣର ମୂର୍ଚ୍ଛନା ମତେ ଆଉ ତନ୍ମୟ କରୁନି l
ଆଉ କାହା କୋଳର ତାନ ପୁରାର ଶବ୍ଦ ମତେ
ପୁଲକିତ କରୁନି l
ଏବେମୋ ପସନ୍ଦ ଅପସନ୍ଦ ସବୁ ଏକାକାର l
ରଙ୍ଗ, ରୂପ, ମହକର ମୂଲ ନାହିଁ କି ମାନେ ନାହିଁ l
ମୁଁହକୁତ ଚାହିଁଲନି, ଉପଦେଶ ଦେଇ ଗଲଯେ
ହରେଇବାର ଅବସାଦ, ପାଇବାର ତୃପ୍ତି,
ହାରିବାର ଆତ୍ମଗ୍ଳାନି, ଜିତିବାର ଅହଂକାର
ଆଉ ତ୍ୟାଗର ମହାନତା ଭିତରୁ ଜୀବନକୁ ଖୋଜ l
ମୁଁ ଏବେ ପଚାରୁଛି l
ଏକା ଏକା କେମିତି ମୁଁ ଜୀବନ ଭିତରୁ
ଜୀବନ ଖୋଜିବି ?
ମୋ ପାଖେ ତୁମେ ନାହଁ ମୋ ପାଖେ ମୁଁ ଖାଲି ଅଛି l