STORYMIRROR

Dr Baman Chandra Dixit

Romance

3  

Dr Baman Chandra Dixit

Romance

କବାଟ ଖୋଲି ଦେଲି

କବାଟ ଖୋଲି ଦେଲି

1 min
36


ଚାହୁଁ ନଥିଲି ମୁଁ ତଥାପି କବାଟ ଖୋଲି ଦେଲି

ତୁମେ ଆସିବ ବୋଲି କହି ତ ନ ଥିଲ କାଲି

ହେଲେ ଜାଣି ମୁଁ ପାରୁଥିଲି।

ତୁମେ ଆସିବ ବୋଲି।।


ଦୂରେଇ ରହିବା ଅତି , ଭୁଲି ଆପଣାର ପ୍ରୀତି

କେତେ ଯେ ଦୁରୁହ ତୁମେ ବୁଝିବ ଅବା କେମିତି 

ମୁଁ'ଯେ ପାଖେ ପାଖେ ରହୁଥିଲି।

ତୁମେ ଗୋ ମୋ ପ୍ରୀତି ବୋଲି।।


ଦିନ ଦି ପହରେ ଛାଇ ଲୁଚିଯାଏ ଦେହ ତଳେ

ଚାହିଁନା ତଳକୁ କେବେ ମୋତେ ଦେଖିବାର ଛଳେ

ମୁଁ ଗୋ ତୁମ ପାଦ ତଳେ ଥିଲି।

ତୁମର ମୁଁ ଛାଇ ବୋଲି।।


ଝାଳ ବହି ଯାଏ ଯେବେ ପିନ୍ଧା ଲୁଗା ଓଦା କରି

ମେରୁ ହାଡ଼ ଢାଙ୍କି ଥିବା ଚମଡା ରେ ସିରି ସିରି

ମୁଁ'ଯେ ତଳକୁ ତଳକୁ ଘୁଞ୍ଚୁଥିଲି।

ପୋଛି ନପାରିବ ବୋଲି।।


ମହୁଲିଆ ସଞ୍ଜ ବେଳେ ଫୁଙ୍ଗୁଳା ଦେହକୁ ଛୁଇଁ

କୋହଲା ପବନ ଯେବେ ଛାତି ଦେଲା ଗୋ ଥରେଇ

ତୁମ ଛୁଆଁରେ ଲାଜେଇ ଯାଉଥିଲି।

କୋଳେଇ ନେବ ଭାବୁଥିଲି।।


ବଡ଼ ବଡ଼ ଟୋପା ଟୋପା ବରଷା ପାଣିର ଶବ୍ଦ

ଛାତିର ସ୍ପନ୍ଦନ ସାଥେ ବିରହ ଆଳାପ ରାଗ

ଗାଉଥିଲେ ଯେବେ ଝରି ଝୁରି।

ତୁମ ପାଶେ ମୁଁ ନଥିଲି।।


ଜାଣିଥିଲି ଆଜି ସଞ୍ଜ ଆକାଶ ହେଉଛି ଘାରି

ଜହ୍ନର ଶୀତଳ ତାପ ଛାତିରେ ଜାବୁଡି ଧରି

ତୁମେ ଆସିବ ବୋଲି ମୁଁ ଭାବୁଥିଲି।

ଆଉଜା କବାଟ ଠେଲି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance