କାଉଡ଼ି ଭାଇରେ କାଉଡ଼ି ଭାଇ
କାଉଡ଼ି ଭାଇରେ କାଉଡ଼ି ଭାଇ
କାଉଡ଼ି ଭାଇରେ କାଉଡ଼ି ଭାଇ
==============
କାଉଡ଼ି ଭାଇରେ କାଉଡ଼ି ଭାଇ l
କୁଆଡ଼େଯାଉଛୁ ଭାର କାନ୍ଧେଇ ll
ତୁଣ୍ଡେ ଶିବ ନାମ, ଶିରରେ ଜଟା l
ଶୁଣି ଯା, କହି ଯା ଟିକିଏ କଥା ll
ଉପବାସେ ଆରେ କରିଛୁ ବ୍ରତ l
ଧ୍ୟାନରେ ଅଛନ୍ତି ପାର୍ବତୀ କାନ୍ତ ll
ଅଭିଷେକ ହେବେ ଶିବ ଶଙ୍କର l
କଳସୀରେ ନେଉ ଜାହ୍ନଵୀନୀର ll
କେତେ କଷ୍ଟ ସତେ କରୁଛୁ ଭାଇ l
ସାଥରେ ଯିବାକୁ ଭାଗ୍ୟରେ ନାହିଁ ll
କଣ୍ଟା ଫୁଟି ପାଦେ ବହେ ରୁଧିର l
ସେଥିକୁ ତୋହର ନାହିଁ ଖାତର ll
ଧନ୍ୟ ଧନ୍ୟ ତୋର ନିଷ୍ଠା ଭକତି l
ଦୟା ରଖି ଥାନ୍ତୁ ପାର୍ବତୀ ପତି ll
ଆଶୁ ଫଳଦାତା ପ୍ରଭୁ ମହେଶ l
ପ୍ରଣାମ ମାତ୍ରକେ ହୁଅନ୍ତି ତୋଷ ll
ବର ଦେଇ ପ୍ରଭୁ ଭଷ୍ମାସୁରରେ l
ବାସ ନ ପାଇଲେ ତିନି ପୁରରେ ll
ତାଙ୍କ ପାଖେ ଭକ୍ତ ଦୋଉଡ଼ି ଥାଇ l
ଧନ୍ୟ ଧନ୍ୟ ତୁହି କାଉଡ଼ି ଭାଇ ll
ଶ୍ରାବଣ ବ୍ରତ ଏ ଭୋଳା ବାବାଙ୍କ l
କି କହିବି ଭାଇ ମହିମା ତାଙ୍କ ll
ମଙ୍ଗଳମୟଙ୍କ କରୁଣା ହେଲେ l
ଦୁଃଖ ନରହଇ ସୋରିଷେ ଭଲେ ll
ଭୋଳା ସେ ଅକର୍ମ କର୍ମ ଦାୟକ l
କୋପେ ଜାଳିଥିଲେ ପଞ୍ଚସାୟକ ll
ସଂସାର ରକ୍ଷଣେ ପିଇଲେ ବିଷ l
ତାଙ୍କ ପୁତ୍ର ବିଦ୍ୟା ଦାତା ଗଣେଶ ll
ଅରଖ, ଦୁଦୁରା, ଦେଉଛି ଭାଇ l
ବାବାଙ୍କୁ ଟିକିଏ ଦେବୁ ଚଢ଼ାଇ ll
ବଞ୍ଚି ଥିଲେ ଯିବି ଆର ବରଷ l
ବମ ବମ ବମ ଭୋଳା ମହେଶ ll
କାଉଡ଼ି ଭାଇରେ କାଉଡ଼ି ଭାଇ l
ଆସିବୁ ଟିକିଏ କଲ୍ୟାଣ ନେଇ ll
ମାଡ଼ି ଆସିଲାଣି ଝଡ଼ି ବରଷା l
କାଉଡ଼ି ଭାଇକୁ ଭୋଳା ଭରସା ll
ନାଗେନ୍ଦ୍ର ହାରାୟ ମହାଦେବାୟ l
ନମଃ ନମଃ ଓଁମ୍ ନମଃ ଶିବାୟ ll
🙏🙏🙏
ଅର୍ଜୁନୀ
-------------
ଅର୍ଜୁନୀ ଚରଣ ବେହେରା
ମୋ - ୭୬୯୩୦୯୧୯୭୧
