STORYMIRROR

Sanjukta Rout

Fantasy Others

3  

Sanjukta Rout

Fantasy Others

କାଶତଣ୍ଡୀର ହସ

କାଶତଣ୍ଡୀର ହସ

1 min
197

ପାର୍ବଣର ଋତୁ   ଶରତ ଆସିଛି 

    ମରତକୁ ଝୁମି ଝୁମି 

ଗାଆଁ ଠୁଁ ସହର   ଉତ୍ସବ ମୁଖର 

    ପବିତ୍ରତା ଯାଏ ଚୁମି ୲୲ 


ଶ୍ରାବଣର ଅନ୍ତେ  ଶିଶିରେ ନିମଗ୍ନା 

     ନିର୍ମଳ ଦିଶଇ ଧରା  

ଆକାଶ ହସଇ ନୂତନ ଆଶାରେ 

    ମିଞ୍ଜିମିଞ୍ଜି ହସେ ତାରା  ୲୲ 


ଶାରଦୀୟ ଶୋଭା ପ୍ରତିଭାତ ହୁଏ 

    ପ୍ରକୃତିର ଅଙ୍ଗେ ଅଙ୍ଗେ 

ଧରଣୀ ରାଣୀର   ଅନୁପମ ରୂପ 

    ସୁଶୋଭିତ ନୀଳ ରଙ୍ଗେ  ୲୲ 


ଭସା ମେଘ ଫାଙ୍କୁ ଜହ୍ନ ଉଙ୍କିମାରେ 

      ହସି ହସି କି ସୁନ୍ଦର 

ନବ କଳିକାର   ପଲ୍ଲବିତ ଶୋଭା 

    ଦିଶେ କେଡ଼େ ଚମତ୍କାର  ୲୲ 


ଆଶ୍ଵିନର ସ୍ପର୍ଶେ ନାଚେ କାଶତଣ୍ଡୀ 

    ନଈ ପଠା ବିଲ ମାଳେ 

ଝୁଲି ଝୁଲି ସିଏ ଖୁସିରେ ଖୁସିରେ 

   ରୂପେଲି ପସରା ମେଲେ  ୲୲ 


ବେଶୀ ସିଆଣି ସେ ଫୁଲ ଫୁଲ୍ଲେଇଟେ 

      ଘାରିଛି ଖୁସିର ମୋହ  

ଶାନ୍ତ କମନୀୟ  ରେଶମୀ ରେଶମୀ

      ଜରି ପକା ତା'ର ଦେହ  ୲୲ 


କବି ମନ ମୋହେ ତା' ରୂପ ମାଧୁରୀ 

      ମନହୁଏ ଆନମନା 

ଭାବରେ ତୋଳେ ସେ କବିତାର ଛନ୍ଦ 

     ନେଇ ବିବିଧ ଭାବନା  ୲୲


Rate this content
Log in

Similar oriya poem from Fantasy