STORYMIRROR

Bharatabandhu Biswal

Inspirational

3  

Bharatabandhu Biswal

Inspirational

କାଶତଣ୍ଡୀ

କାଶତଣ୍ଡୀ

1 min
225


ଆସିଛି ଶରଦ ସ୍ୱଚ୍ଛ ସୁନିର୍ମଳେ

ହସେ ଫୁଲ କାଶତଣ୍ଡୀ

ନଈକୂଳ ପଠା ବେଣା ପାଟ ହିଡେ

ଦିଶେ ଦିଗନ୍ତ ବିସ୍ତାରି ।


ସବୁଜ ସୁନ୍ଦର ପ୍ରକୃତି ରାଣୀର

ଅନିନ୍ଦ୍ୟ ଶୋଭା ଭଣ୍ଡାର

ଦେଖଣାହାରୀର କିଣିନିଏ ମନ

ଅପୂର୍ବ ସୃଷ୍ଟି ଅନନ୍ୟ ।


ଜଗତ ଜନନୀ ଶାକମ୍ବରୀ ଦୁର୍ଗେ

ସିଂହର ପୃଷ୍ଠରେ ଚଢ଼ି

ଧରାବତରଣ କରନ୍ତି ଆନନ୍ଦେ

ଶୁଭେ ଶଙ୍ଖ ଜୟ ଧ୍ୱନି ।


ଅସୁରୀ ଶକ୍ତିର ହୁଅଇ ବିନାଶ

ଦେବୀଙ୍କ ଶୁଭ ଆଶିଷେ

ନିର୍ମଳ ଚନ୍ଦ୍ରରୁ ଝରି ପଡେ ସତେ

ଅମୃତ କଣ ମରତେ ।


ସ୍ୱଚ୍ଛ ସରୋବରେ ବିକଶେ କମଳ

ନାନା ଜାତି ଫୁଲ ଫୁଟେ

ଶୁଭ୍ର କାଶତଣ୍ଡୀ ସ୍ୱାଗତ ସଙ୍ଗୀତ

ଗାଉଥାଏ ମୁକ୍ତ କଣ୍ଠେ ।


ତା ସହ ଦୋହଲେ ବିଭୋର ମାନସ

ପ୍ରାଣ ହୁଏ ଉଲ୍ଲସିତ

ଅମୃତ ସନ୍ତାନ ନିଷ୍ଠା ଭକ୍ତି ପୂତେ

ଧର୍ମ କର୍ମେ ହୁଏ ରତ ।

 *****



Rate this content
Log in

Similar oriya poem from Inspirational