କାଶତଣ୍ଡୀ ଫୁଲ
କାଶତଣ୍ଡୀ ଫୁଲ
ଶରତ ସକାଳେକାଶତଣ୍ଡୀ ଫୁଲ ।
ହଲି ହଲି ତୋ ସ୍ବାଗତେ ।
ନଇଁ ଆସିଲାଣି ଗୋଧୂଳିର ସଂଜ ।
ଧରା ସଜ ପ୍ରଣିପାତେ ।
ଭୁଧର ପ୍ରାନ୍ତର ହୁଏ ପ୍ରକମ୍ପିତ।
ଆସ ମାଁ ସିହ ବାହିନୀ ।
ଉଦ୍ଧାର କର ଏ ବିପଦରୁ ବାରେ।
ତୋ ପାଦେ କରୁ ଦୟିନୀ ।
ଜଗତ ଜନନୀ ମା ସିଂହ ବାହିନୀ ।
କୃପା ଦୃଷ୍ଟି ଅଛି ଯାରେ ।
ତା ସନ୍ତାନ କେବେ ନୁହନ୍ତି ଅଧିର ।
ପଥର କୁ ସହିପାରେ ।
କମନୀୟ ରୂପ ନମନୀୟ ବେଶ ।
ଶରତ ଚନ୍ଦ୍ର କିରଣେ ।
ବିଶ୍ବ ମୋହିନୀ ମାଆ
ସନ୍ଥପାଳିନୀ ।
ଉଭା ହୋଇଥିଲ ରଣେ ।
ପାପଭରା କେତେ ସହିବ ଜଗତ ।
ଅଦେଖାରେ କରି ଲୀଳା ।
ଉଶ୍ବାସିତ ଧରାକୁ ରଖ ଜଗତକୁ।
ସେତ ତୋର ଲୀଳା ଖେଳା ।
