STORYMIRROR

Chinmaya Kumar Nayak

Romance

3  

Chinmaya Kumar Nayak

Romance

କାଶତଣ୍ଡି ପରି ଆସେ

କାଶତଣ୍ଡି ପରି ଆସେ

1 min
230

ସେ ଆସେ, ପାଖରେ ବସେ

ମନଖୋଲି ହସେ

ଏକ ଅବ୍ୟକ୍ତ ଭାବନା ହୋଇ ଆସେ

ଓ ଓଠ ଦେଇ ଝରିଆସେ

ଏକ ଖୁସିର ଇଶାରା ଦେଇ

ଆଖିରେ ଚିକମିକ ହୁଏ

ଅତ୍ୟନ୍ତ ଉଲ୍ଲାସେ

ବିଭୋର କରିଦେଇ

ଏକ ସୁଦୀର୍ଘ ପ୍ରତୀକ୍ଷାର ଶେଷେ। 


ସମୟର ଅନୁକୂଳ ବାଆ

ବହିଯାଏ ହାଉଲେ ହାଉଲେ

ଓଠ ବି ଚହଲି ଯାଏ 

ବିଳମ୍ବ ପ୍ରହରେ

ସ୍ଵଛନୀଳ ଆକାଶର ନିବୁଜ ଆଶ୍ରାରେ

ଏକ ପ୍ରଲମ୍ବିତ ଆଶାର

ଆସ୍ଥାଟିଏ ଉଙ୍କିମାରେ

ଜୀବନର ନଦୀପଠାରେ। 


ଅଦିନିଆ ବର୍ଷାଛିଟାରେ

ଝରିଯାଏ ସିନା କିଛି ଟୁକୁରା ପାଖୁଡ଼ା

ଅବଦମିତ ମୁଖରେ ସେ ଗାର ଟାଣେ

ଭିଜାମାଟିର ଶୀତୁଆ ଦେହରେ

କୋହ ସବୁ ସଞ୍ଚରି ଯାଏ 

ମୁଣ୍ଡ ଠାରୁ ପାଦ ତଳକୁ 

ଛାତିର ମଝି ଶିରା ଦେଇ

ଶିହରି ଉଠେ ଅସଜଡ଼ା ସ୍ନାୟୁତନ୍ତୁ

ଅଚାନକ ବିକ୍ଷିପ୍ତ ଚିତ୍ତରେ। 


ପୁଣି ଆକାଶ ଫିଟିଗଲା ପରେ

ଚିକିମିକି ଖରାରେ ସେକିହୁଏ

ବିଷର୍ଣ୍ଣ ହୃଦୟ

ନଈ ସେପାରିରେ ଶୁଭେ ମୃଦୁ ସାହାନାଇ

ଓଠ ଧାରେ ଭାଙ୍ଗ ପଡ଼େ

ଶରୀର ଶିହରି ଉଠେ

ସୁଖର କାଶତଣ୍ଡି ପୁଣି ନାଚିଉଠେ

ଜୀବନର ନଦୀପଠା ପରେ

ଆଉ ଏକ ସ୍ୱପ୍ନିଳ ଆକାଂକ୍ଷାଟେ ନେଇ

ମୃଦୁକଞ୍ଜ ପାଦ ଥାପି

କେହି ଆସେ ନିରବ ଗୋଧୂଳିର ଶେଷ ପ୍ରହରରେ। 


ମେଘହୀନ ଆକାଶ ତଳେ

ଖେଲିଉଠେ ଆନନ୍ଦର 

ଉଲ୍ଲସିତ ବିମୁଗ୍ଧ ଚାମର

ଘନନୀଳ ସ୍ୱପ୍ନରେ ହଜିଯାଏ 

କ୍ଳାନ୍ତ ଅବୟବ ଯେତେ

ଚତୁର୍ମାସ୍ୟାର ଆର୍ଦ୍ରତା ପରେ

ସ୍ୱଚ୍ଛତାର ସାନ୍ଦ୍ରତା ବଢ଼େ

ଶରତର ସ୍ୱର ଶୁଭେ

ଦିଗନ୍ତର ଅଦୂର ପଠାରେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance