STORYMIRROR

Rajakishore Mundi

Classics Inspirational

3  

Rajakishore Mundi

Classics Inspirational

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା

1 min
214

ଶରତ ଆକାଶେ 

       ଚନ୍ଦ୍ରମା ହସଇ

            ପୂର୍ଣ୍ଣିମାରେ ଅହୋରାତି

କୁଆଁରୀ ମନରେ

      ନୂଆ ଉନ୍ମାଦନା

            ଦେଖି ଦେଲେ ଜହ୍ନରାତି !!୧!!

ବାର ମାସ ମଧ୍ୟ 

      ଶ୍ରେଷ୍ଠ ମାସ ଏହି     

             ଧର୍ମ କରି ଦିନରାତି

କୃଷ୍ଣ ନାମ ଜପି 

      ପୂଜିବ ପୟରେ

            ଦେଇଣ ଭାବେ ଭକତି !!୨!!

କାର୍ତ୍ତିକ ପୂର୍ଣ୍ଣମୀ

       ଆମ ସଂସ୍କୃତିର

             ବୋଇତ ବନ୍ଦାଣ ରୀତି

ଯୁଗ ଯୁୁଗ ଧରି

       ଚଳି ଆସୁ ଅଛି

           ଅତୀତ ସ୍ମରଣ ଶ୍ମୃତୀ !!୩!!

ଆଜିର ଦିନରେ 

       ବାଣିଜ୍ୟ ବେପାରେ

            ଯାଇଣ ସାଧଵ ପୁୁଅ  

ବିଦେଶ ବେପାରୁ

        ଆଣୁ ଥିଲେ କେତେ

             ଛୁଟ୍ଟୁ ଥିଲା ଧନ ସୁଅ !!୪!!

ଝିଅ ବୋହୂ ମାନେ 

        ପଞ୍ଚୁକରେ ମିିଳି

             ଚଉଁରା ମୂଳରେ ବସି

ମୁରୁଜ ପକାଇ

        ଆଙ୍କନ୍ତି ସରାଗେ 

           ହୋଇ କେତେ ହସ ଖୁସି !!୫!!

ହବିିଶାଳୀ ମାନେ

       ଜଗନ୍ନାଥ ଧାମେ

            ପୁଣ୍ୟ କର୍ମ କରିଥାନ୍ତି

କାର୍ତ୍ତିକ ବ୍ରତର 

       ସମାପନ କରି

              ସ୍ୱ ଗୃହକୁ ଫେରିଥାନ୍ତି  !!୬!!

ଆମ ସଂସ୍କୃତିର

       ଏହି ପରମ୍ପରା

             ସବୁ ଠୁ ନିଆରା ଜାଣ

ଅତୀତ ଗୌରବ

        ମନେ ପକାଉଛୁ

          ଜଳେ ଡଙ୍ଗା ଭସାଇଣ !!୭!!

ସଂକୀର୍ତ୍ତନ ଚାଲେ 

       ମଠ ମନ୍ଦିରରେ 

            ହରି ଭକ୍ତି ପ୍ରେମେ ମଜି

ଦାନ ଦୟା ଧର୍ମ

      କରେ ଯେଉଁ ନର

             ମୁକ୍ତି ପାଇ ଥାଏ ଆଜି !!୮!!

               

       


Rate this content
Log in

Similar oriya poem from Classics