STORYMIRROR

jyotsna mayee panda

Inspirational

4  

jyotsna mayee panda

Inspirational

କାର୍ତ୍ତିକ ପୂର୍ଣ୍ଣିମା..

କାର୍ତ୍ତିକ ପୂର୍ଣ୍ଣିମା..

1 min
350

ସଂସ୍କୃତି ହଜିଲା ସଭ୍ୟତା ଗରଭେ ...

ଆଉ କି ଫେରିବ ଆଜି ...

ସିନ୍ଦୂରି ଆକାଶେ ଲିଭିଲା  କି ଆଜି ...

ଓଡ଼ିଆ ସଂସ୍କୃତି ରାଜି ...ll

ହଜିଗଲା ଆଜି ସୁଭଗ ବୋଇତ ...

ହଜିଗଲେ ସାତ ଭାଇ ....

ନିଳେନ୍ଦ୍ରୀ ଭାଉଜ ବନ୍ଦାପନା ଥାଳି ...

ଆଉ ଲୋଡ଼ା ପଡେ ନାହିଁ ..ll

ହଜିଗଲା ସେଇ ତଅପୋଇ ପୁଣି ..

ହଜିଗଲା ଘରମଣୀ ....

ହଜିଗଲା ସେଇ ମାନ ଅଭିମାନ ..

ନିଳେନ୍ଦ୍ରୀ ଭାଉଜ କାହିଁ ???

ଲୋଡ଼ା ନାହିଁ ଆଉ ସୁନାର କୁଲେଇ ..

ଲୋଡ଼ା ନାହିଁ ହୀରା ମୋତି ...

ସ୍ୱାର୍ଥପର ସେଇ ଛଅ ଭାଉଜଙ୍କ ..

ଲୋଡ଼ା ନାହିଁ ସ୍ନେହ ପ୍ରୀତି ..ll

ହୃଦୟ କlନ୍ଦଇ ବାହୁନି ବାହୁନି ...

ମନେ ପଡେ ସେଇ ସ୍ମୃତି ...

ମନେପଡେ ସେଇ ବୋଇତ ବନ୍ଦାଣ ..

ମଉଳା ମନର ଗୀତି ..ll

କର୍ପୂର ଉଡ଼ିଛି କନା ତ ପଡିଛି ...

ଜୀବନ ଜିଇଁବା ଦୁଃସହ ହୋଇଛି ..

ସ୍ମୁତି ଆଜି ସବୁ ବିସ୍କୃତି ହୋଇଛି ..ll

ହଜିଲା ସଂସ୍କୃତି ହଜିଲା ବୋଇତ ....

ଛାର ଭୂତାଣୁର କୋପେ ...

ଆ ,କା ,ମା ,ବୈ ଆଜି ପୁଣି ...

ଶୁଭୁନାହିଁ ଆଉ ଘାଟେ ...ll

ଭିଡ଼ ଆଜି ଜମା ଲାଗୁନି ନଈରେ ...

ବୋଇତ ଭାସୁନି ଜମା ...

ଯେ ଯାହା ଘରେ ରହିଥାଇ ପୁଣି ..

ପାଳିଲେ କାର୍ତ୍ତିକ ପୂର୍ଣ୍ଣିମା ..ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational