STORYMIRROR

Chittaranjan Nanda

Abstract Action Classics

4  

Chittaranjan Nanda

Abstract Action Classics

କାରଣ ଖୋଜିବା ଭାବନାରେ ହେବା ପାଗଳ

କାରଣ ଖୋଜିବା ଭାବନାରେ ହେବା ପାଗଳ

1 min
280

ଆଜି ମୋର ନବ ବିବାହିତ ଏକ ଛାତ୍ରୀର 

ଗାଡି ଧକାର ମୃତ୍ୟୁରେ

ଜୀବନ ଲାଗୁଛି ମତେ ସତେ ଜୀବନ ଏକ

ବିଜୁଳିର ଗତି ପରିରେ  l


ସମୟ ଗତିରେ ଜୀବନକୁ ଜାଣିବା ଏତେ 

ଯେ ସହଜ ନୁହେଁରେ

ସତ ପରି ଲାଗେ ମିଛ ଦୁନିଆରେ ଅଭିନୟ

ଶେଷେ କୋହ ଭରି ଦିଏ l


ମଣିଷ ଜୀବନ ତ କିଛି ପ୍ରାପ୍ତି ଓ କିଛି ଶୂନ୍ୟତା

ମଝିରେ ବିବ୍ରତ ହୋଇ ରହେ

ଜଣାପଡେ ଯନ୍ତ୍ରଣା ଜର୍ଜରିତ ମଣିଷଙ୍କ ଲମ୍ବା 

ଧାଡିରେ ଠିଆ ହୋଇଥାଏ  l


ସହିତ ପାରୁ ନାହାଁନ୍ତି ପିତା ମାନଂକ ଶରୀର 

ଜ୍ଵଳନ ମନ ଆଜି ତ ଭାରାକ୍ରାନ୍ତ

ଭାବନ୍ତି କେଉଁ ଜନ୍ମରେ କି କରମ କରିଥିଲେ

ଏ ଜନ୍ମେ ହୁଅନ୍ତି ଭାରୀ ହନ୍ତସନ୍ତ l


କନ୍ୟା ଦାନ କରି, ଥିଲେ ନିଶ୍ଚିତ ପ୍ରତୀକ୍ଷାରେ, 

ସମୟ ଦେଖିବେ ଶାନ୍ତି ଓ ପ୍ରଶାନ୍ତି

କିଏ ଜାଣିଛି, କେମିତି କଅଣ ଘଟିଲା, ନିରୁପାୟ 

ସେ ଜାଣିବାକୁ ଗହନ କଥାର ବିସ୍ତୃତି l


ନିଜ ପେଟ କାଟି, ମଣିଷ କଲା ଯେ, ତା ପାଇଁ 

ଭାବିବା, ପାଇଲା ନାହିଁ ବେଳ

ହେତୁ ହେବା ଠାରୁ, ଖୋଜୁଛି ଏହାର କାରଣ

ମୁଁ, ଏହି ଭାବନାରେ ହୋଇବା ପାଗଳ l


Rate this content
Log in

Similar oriya poem from Abstract