STORYMIRROR

Chittaranjan Nanda

Abstract Tragedy Inspirational

4  

Chittaranjan Nanda

Abstract Tragedy Inspirational

କାରଣ ଏ ଅପସଂସ୍କୃତିର

କାରଣ ଏ ଅପସଂସ୍କୃତିର

2 mins
1.0K


ଭାବାବେଗ କୋହେ ଦେଶପ୍ରେମୀର 

ଲୁହ ଝରି ଯାଏ, 

ଅତୀତ ସମୟର ପରାଧୀନତା କଥା 

ସ୍ମୃତିରେ ଯେବେ ଆସି ଯାଏ।୧।


ନିଜ ଶାସନ ଗାଦି ପାଇଁ ରାଜା ରାଜା 

ମଧ୍ୟେ କଳି ଲାଗୁଥିଲା

ସାମ୍ପ୍ରଦାୟିକତା ମଞ୍ଜି ବୁଣି ଫିରିଙ୍ଗି 

ଶାସନ କରିଲା।୨।


ଶହ ଶହ ବ୍ୟକ୍ତି କାରାଗାର ଗଲେ

ସ୍ଵାଧୀନତା ଆଶା କରି,

ଦେଶର ଜନତା ଗୁଳି ଆଗେ ଛାତି 

ଦେଖାଇ, ଗଲେ ମରି ।୩।


ରାଜା ମହାରାଜା ତ ସଦା ଫିରିଙ୍ଗିର 

ଗୋଡାଣିଆ ଥିଲେ

ଜମିଦାର ମାନେ ତ ଅତ୍ୟାଚାରରେ

ଲିପ୍ତ ରହିଥିଲେ।୪।


ସଂସ୍କୃତି ନାମେ ତ ଧର୍ମ ଧ୍ୱଜାଧାରୀ ବ୍ରିଟିଶର 

ଗୁଣ ଗାଉଥିଲେ

ସାମ୍ପ୍ରଦାୟିକତାର ବିଷ ବୁଣି ବ୍ରିଟିଶ ଶାସନ 

ଅସ୍ତ ହେବ ନାହିଁ ଵୋଲୁ ଥିଲେ।୫।


ଫିରିଙ୍ଗି ଛାଡ଼ିଲେ ଦେଶକୁ ଆମର, 

ହେଲୁ ତ ସ୍ବାଧୀନ,

ଆପଣା ହସ୍ତରେ ଶାସନ ଚଳାଇଵା

ସୁଖରେ ଚାଲିବାକୁ ଜୀବନ ।୬।


ଦୁନିଆରେ ମଣିଷ ସମ୍ମାନର ସହ ବଂଚିବା 

ପାଇଁକି ଚାଲିଛି ଲଢେଇ,

ଦେଶସେବୀ ମାନବିକଧାରୀ ନେତା 

ବାଛିବାରେ ଆମେ ଗଲେ ନଇଁ।୭।


ଯେତେ ଅବା ଗାଉ ସଂସ୍କୃତି ଗାଁ ପାଇଁ 

ମିଠା ମିଠା ମଧୁଭରା ଗିର

ମଣିଷର ସୁଖ ପ୍ରାପ୍ତି ପାଇଁ ଲାଗିବକି, 

ଯାର ହୃଦୟ ଛଳନାରେ ଭରପୁର ।୮।


ଟଂକା ବଳେ ଜମିଦାର ରଜା ପୁଂଜିପତି 

ଶାସନକୁ ହାତକୁ ନେଲେ

ଦୁର୍ନୀତିରେ ଲିପ୍ତ ରହି ଦେଶର ସବୁ ରାଜ

କୋଷ ଫାଙ୍କା କଲେ।୯।


ଚାରିବେଦ ଭାରତର ଗଳି ଗଳିରେ ଦିନ 

ରାତି ମୁଖରିତ ହୁଏ

ସନାତନ ଧର୍ମ ନାମେ ପ୍ରଚାର ଚାଲେ,

ତାହାର ମହାମନ୍ତ୍ର ବୁଝେ କିଏ ।୧୦।


ଯେଉଁ ଖାଲ ଖଣା ଥିଲା ସେଇ ଖାଲ 

ଏବେ ବି ପୁରି ରହିଛି

ରାମରାଜ୍ୟ ସ୍ଥାପନା କରିବା, ଜୟ 

ଶ୍ରୀ ରାମ ଧ୍ୱନି ବି ଚାଲିଛି।୧୧।


ସଂସ୍କୃତିର ଧ୍ୱଜାଧାରୀ ଆମ ଗାଁ ଗାଁ ରେ 

ବର୍ଷ ବର୍ଷ ଧରି ରଥ ଗଡାଇଲେ

ବଡ଼ ବଡ଼ ମିଛ ପ୍ରତିଶ୍ରୁତି ଦେଇ ଡ୍ରାମା କରି

 ଶାସନକୁ ହାତକୁ ନେଲେ।୧୨।


ଦେଖ ଆଜି, ଧର୍ମ ଧ୍ୱଜାଧାରୀ ଦେଶ 

ଶାସନକୁ ଧରି କଣ କରୁଛନ୍ତିି

ଚାଷୀ ମୂଲିଆ କ୍ରନ୍ଦନ କରି ଲୁହ ଢାଳେ 

ଅବିରତେ ମଥା ପିଟି ପିଟି।୧୩।


ବିପଦ ବେଳେ ଆମେ ଆଶ୍ରୟ ନିଏ ତ୍ରାଣ 

କର୍ତ୍ତା ଆନ କାଳେ ଅଦରକାରୀ

ଶାସନ ପାଇଲା ପରେ, ଆମ ସଂସ୍କୃତି

ସବୁକୁ କରୁଛେ ଆର ପାରି ।୧୪।


ଆମ ଗାଆଁ ଆମ ରାଜ୍ୟ ଆମ ଦେଶ 

ଭାରତୀୟ ସଂସ୍କୃତିରେ

ଅନ୍ଧବିଶ୍ୱାସ ପରମ୍ପରା ନାମେ ଲିଭି 

ଗଲାଣି ସଂସ୍କୃତି, ଅପସଂସ୍କୃତିରେ ।୧୫।


ମଣିଷ ଭିତରେ ମଣିଷ ସମ୍ପର୍କକୁ ଦିଏ 

ଆମେ ଦିନକୁ ଦିନ ମlରି 

ନିର୍ବାଚନରେ ଜିତିବା ପାଇଁ ମଣିଷ ପ୍ରତି 

ସରାଗଟି ଯାଏ ସରି ସରି।୧୬।


ଯେବେ ମଣିଷତ୍ୱ ଚାଲି ଯାଏ, ସେ ଶବଟିଏ, 

କାହୁଁ ସେ ପାଇବ ପ୍ରାଣ ? 

ଅତୃପ୍ତ ତା ଆତ୍ମା, ସ୍ୱାର୍ଥ ପାଇଁ ହେଉ ଥାଏ 

ଛାଟିପିଟି ଭାଳି ଭାଳି ସର୍ବକ୍ଷଣ l୧୭l


ଉଭା ହେଲେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଏକାଠି 

ମିଶି ଏ ତିନି ଠାକୁର

ମନତ ଘୃଣାରେ ଭର୍ତ୍ତି, କଲେ ବେଦ ଅଧ୍ୟୟନ, 

ପାଇବକି, ସଂସ୍କୃତି ଆମ ତପୋଭୂମିର ।୧୮।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract