STORYMIRROR

PRABHAS KUMAR MOHAPATRA

Abstract

2  

PRABHAS KUMAR MOHAPATRA

Abstract

କାନ୍ଦୁଛି ଭାରତ ମା

କାନ୍ଦୁଛି ଭାରତ ମା

1 min
438

ଶୋଇଥିଲି କାଲି ସ୍ୱପ୍ନେ ମୁଁ ଦେଖିଲି

କାନ୍ଦୁଛି ଭାରତ ମାଆ

ଆଖିରୁ ତାହାର ବହେ ଅଶ୍ରୁ ଧାର

ଥମିବାର ନାହିଁ ନାଆଁ


ପଚାରିଲି ଯେବେ ମାଆ କୁ ମୋହର

କାନ୍ଦୁ ଅଛୁ କାଇଁ ପାଇଁ

ଦେଲା ମା ଉତ୍ତର କାନ୍ଦୁ କାନ୍ଦୁ ତାର

କାନ୍ଦୁଛି ମୋ ଝିଅ ପାଇଁ


ସୁରକ୍ଷିତ ନାହିଁ ଆଜି ମୋର ଝିଅ

ଡାକେ ମୋତେ ବାର ବାର

କେମିତି ସହିବି ମାଆ ମୁଁ ହୋଇ କି

ତାର ବ୍ୟାକୁଳ ଚିତ୍କାର


ପଶୁଠାରୁ ହୀନ ହୋଇଛି ଯେ ଜନ

ମାନୁ ନାହିଁ ବଡ଼ ସାନ

ଶାଗୁଣା ବିଲୁଆ ପରି ଝୁଣୀ ଝୁଣୀ

ଖାଆନ୍ତି ଝିଅ ଜୀବନ


କନ୍ୟା କୁ ଯେଉଁଠି ଦେବୀ ଯେ ମଣନ୍ତି

କରୁଛନ୍ତି ଭୃଣ ହତ୍ୟା

ଏସିଡିରେ ପୋଡ଼ି କେତେ ଝିଅ ନାରୀ

ହେଉଛନ୍ତି ନିତି ହତ୍ୟା


କା ବେକରେ ଛୁରୀ କା ବେକେ ଦଉଡ଼ି

କାହାକୁ ଦେଲେଣି ପୋଡ଼ି

କେମିତି ସହିବି କହ ରେ ପୁଅ ତୁ

ଧର୍ଷିତା ଝିଅ ର ରଡ଼ି


ରାଜା ପଥେ ଏଠି ଧର୍ଷଣ ହେଉଛି

ବାଡ଼ ଖାଉଛି ଫସଲ

ପ୍ରଶାସନ ଏଠି ନୀରବ ରହୁଛି

ସତେ ଅବା ସେ ଅଚଳ


ଶୁଣ ପ୍ରଶାସନ ଶୁଣ ମୋ ସନ୍ତାନ

ଏତିକି ଗୁହାରି ମୋର

ମୋ ଝିଅ କାନ୍ଦୁଛି ନିତି ମରୁ ଅଛି

ଦୁଃଖ ମୋର ଦୂର କର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract