କାନ୍ଦୁଛି ! ଅଭିଶପ୍ତ କୋଣାର୍କ! ।
କାନ୍ଦୁଛି ! ଅଭିଶପ୍ତ କୋଣାର୍କ! ।
ଇତିହାସ ପୃଷ୍ଠାର
କଳା, ସଂସ୍କୃତି, ଶିଳ୍ପ ଭାସ୍କରାଚାର୍ଯ୍ୟର
ଅନନ୍ୟ ସୃଷ୍ଟି
କୋଣାର୍କ
ବାରଶହ ବଢେଇଙ୍କ
ଶିତ ହାତୁଡିର ଟକ ଟକ ଶବ୍ଦ,
ସ୍ଵପ୍ନ କଳ୍ପନା
ହୃଦୟର ସ୍ୱରରେ ପରିପୁଷ୍ଟ କଳା
ପ୍ରତିଟି କଳାରେ
ନୈପୁଣ୍ୟତାରେ ସ୍ପଷ୍ଟ
ଏବଂ ଶ୍ରେଷ୍ଟତାର ନିଦର୍ଶନ । (୧)
ମନେରଖିଛନ୍ତି
ଇତିହାସ ଓ ପର୍ଯ୍ୟଟକ
ବାସୁ ମହାରଣା,
ଧରମା ଆଉ ନରସିଂହ ଦେବ
କିନ୍ତୁ !
କିଏ ? ମନେ ରଖିଛି !
ସେହି ଶିଳ୍ପୀ !
ଆଉ ତାଙ୍କ ପ୍ରେମିକଙ୍କୁ
ଯାହାର ମିଲନର ଗାଥାର
ଆକୃତି ରୂପାୟନ କଳା ଶକ୍ତ ମୁଗୁନି ଓ ମଙ୍କଡା ପଥର ଦେହରେ ମନ୍ଦିର ଗାତ୍ରରେ
ନେଇ ପୃଷ୍ଠଭୂମିର ବସ୍ଥାୟାନଙ୍କ କାମ ସୂତ୍ର,
ଅତୀବ ମନୋହର ସେ
ନାରୀ ଶ୍ରେଷ୍ଠୀଙ୍କ
ଅଙ୍ଗଶୈଷ୍ଠବ ଲାବଣ୍ୟ
ପ୍ରକୃତି ପୁରୁଷର କାମ କେଳି
ଶୃଙ୍ଗାର ରସ । (୨)
ବାରଶହ ବଢ଼େଇଙ୍କ
ପ୍ରେମିକା,ପତ୍ନୀ, ଉପପତ୍ନୀର ବିରହ,ଆଖିର ଲୁହ,
ତାଙ୍କ ପ୍ରେମିକଙ୍କ
ଲୁହ ,ଲହୁ, ସ୍ଵେଦ,
ଧରି ବର୍ଷ, ମାସ ,ଦିନ ,ଦଣ୍ଡ
ଆଜିବି ଘୁରିବୁଲୁଛି ସେଇ
ଶିଳ୍ପକଳା ଚାରିକଡେ ଶୁଣାଇ ଶୁଣାଇ ତାଙ୍କ ଗାଥା
ଶୁଣିବାକୁ ଖାଲି ଦରକାର
ଶୁଣିପାରୁ ଥିବା ଅନ୍ତରାତ୍ମା ଟିଏ
ବୋଧେ ସେଥିପାଇଁ
ପ୍ରତ୍ୟେହ୍ ଦୃଶ୍ୟମାନ
ଅର୍କ, ଆଦିତ୍ୟ, ରବି ସୂର୍ଯ୍ୟ ଅପୂଜ୍ୟ
ସୂର୍ଯ୍ୟ ମନ୍ଦିରେ ଅଦ୍ୟାବଧି
ଦୀପ୍ତିମୟ ଗର୍ଭଗୃହ ନିବୁଜ
ବର୍ଷର ଗୋଟିଏ ଦିନ
ଦୋଳ ମଣ୍ଡପରେ ଉଦିତ ସୂର୍ଯ୍ୟ
ଅଗ୍ନିହୋତ୍ରୀ ନିର୍ବାଣର
ସ୍ୱରୂପ ବିଦଗତ ଆତ୍ମାର
ତିଳ ସପ୍ତମୀର
ଚନ୍ଦ୍ରଭାଗା ସ୍ନାନ । (୩)
ପୃଥିବୀର ଶ୍ରେଷ୍ଟ କଳାକୃତିର
ପ୍ରତୀକ କୋଣାର୍କ
ସବୁ ରାତିର ଜ୍ୟୋସ୍ନାରେ
ସାଜି ମୁକ ସାକ୍ଷୀ
ବାରଶହ ବଢ଼େଇଙ୍କ
ଅତୃପ୍ତ ଆତ୍ମା
ପ୍ରେମ, ବିରହ ଶୃଙ୍ଗାର, କାମ କେଳିର
ରସ, ରାସ ,ଛନ୍ଦ,
ନର୍ତ୍ତକୀର କାୟାଗ୍ରସ୍ତ କରି ହଜି
ନୂପୁର ବଂଶୀ ସୁରେ କୋଣାର୍କ ଉସ୍ତବେ
ଓଡିଶୀ ଛନ୍ଦେ,
ଗୀତେ ଆଉ ନାଚେ,
କାନ୍ଦୁଛି ! ଅଭିଶପ୍ତ କୋଣାର୍କ।(୪)
ରାମ ପ୍ରସାଦ ବିଶୋଇ ।
ତା-୧୬-୦୫-୧୬
ସମୟ-ରାତ୍ର-୦୮-୨୬ ମିନିଟ ।
ରାୟଗଡ଼ା ।