STORYMIRROR

Ajay kumar Behera

Inspirational

3  

Ajay kumar Behera

Inspirational

କାନ୍ଦନା ଆଉ ତୁ ଜମା

କାନ୍ଦନା ଆଉ ତୁ ଜମା

1 min
19



ନାହିଁ ମାଆ ଆମ

ଛାଡ଼ି ସେ ଯାଇଛି ଚାଲି

ମୁଁ ତୋ ବାପାମାଆ

ଏକଥା ଯାଆନି ଭୁଲି।୧।


ଜୀବନେ ତୋହର

ଭରି ଦେବି ଯେତେ ସୁଖ

ନିତି ହସୁ ଥିବୁ

ଦେଖି ଜହ୍ନମାମୁଁ ମୁଖ।୨।


ଶୋଇଯାଆ ଧନ

କାନ୍ଦନା ଆଉ ତୁ ଜମା

ମୋ ଗେହ୍ଲା ବାବୁରେ

ଆଗକୁ ଆସୁଛି ଗହ୍ମା।୩।


କ୍ଷୀରି, ପୁରି ସାଥେ

ଯାହା ତୁ ଖାଇବୁ ଯେତେ

ଖୁସି ଖୁସିରେ ମୁଁ

ସବୁ ଖୁଆଇବି ତୋତେ।୪।


ତୁହି ମୋର ଭାଇ

ଆରେ ମୋର ଗଣ୍ଠି ଧନ

ଦେଖୁ ଦେଖୁ ସତେ

ଦୂର ହେବ ଦୁଃଖ ଦିନ।୫।


ବଡ଼ ହେଲେ ତୁହି

ବୁଝିବୁ ମୋହରି କଥା

ଭଲ ପଢି ଆରେ

ଉନ୍ନତ କରିବୁ ମଥା।୬।



Rate this content
Log in

Similar oriya poem from Inspirational