କାନ୍ଧରେ କାନ୍ଧେଇ କାଉଡ଼ି ଭାରଭକ୍ତ ଧାଇଁ ଯାଏ ଶିବମନ୍ଦିର
କାନ୍ଧରେ କାନ୍ଧେଇ କାଉଡ଼ି ଭାରଭକ୍ତ ଧାଇଁ ଯାଏ ଶିବମନ୍ଦିର
ପାବନ ଶ୍ରାବଣ ଛୁଇଁଲେ ଧରା
ଶିବଭକତଙ୍କ ମନଟି ତୋରା ।
କାନ୍ଧରେ କାନ୍ଧେଇ କାଉଡ଼ି ଭାର
ଧାଇଁ ଯାଇଥାନ୍ତି ଶିବ ମନ୍ଦିର ।
ବାଞ୍ଛିତ ଫଳର ଆଶାକୁ ରଖି
ଖାଲି ପାଦେ ଚାଲି ଥାନ୍ତି ବି ସୁଖୀ ।
ଦେହେ ସୁଶୋଭିତ ଗେରୁ ବସନ
ତୁଣ୍ଡେ ଭୋଳାନାଥ ନାମ କୀର୍ତ୍ତନ ।
ଭାବ-ଭକ୍ତି-ରସ ହୃଦୟେ ବୋଳି ।
ଧାଡ଼ି ଧାଡ଼ି ଭକ୍ତ ନପଡ଼ ଚାଲି ।
ଦେବଦେବ ହର ଚରଣେ ଧ୍ୟାନ
ଥିବାରୁ ନ ବାଧେ ପଥ କଷଣ ।
ଆହା ! କି ସୁନ୍ଦର ସେ ଭାବାବେଶ
ଦେଖଣାହାରୀଏ ହୋନ୍ତି ହରଷ ।
ନଦୀ ଜଳେ ବୁଡ଼ି କଳସୀ ପୂର୍ଣ୍ଣ
ଶୁଖେ ଦେହେ ଅପାଲଟା ବସନ ।
ମନ୍ଦିରୁ ମନ୍ଦିର ସୋମବାରରେ
ଜଳ ଅଭିଷେକ ଶିବଲିଙ୍ଗରେ ।
ଦୂରଦୂରାନ୍ତର ଯାତ୍ରା କାଳରେ
ଯନ୍ତ୍ରଯାନକୁ ସେ ଆଶରା କରେ ।
ରହଣି କରକି ଠାଆକୁ ଠାଆ
ସାତ୍ତ୍ୱିକ ରନ୍ଧନ ହୁଅଇ ଖିଆ ।
ଶୁଭାଶିଷ ଢାଳିଥାନ୍ତି ମହେଶ
ଭକତ ଚିତ୍ତରେ ଭରେ ଆଶ୍ବାସ ।
ଭକ୍ତ ଭକ୍ତିଗାଥା ତୋଳେ ଶ୍ରାବଣ
ଖୁସିକୁ କୋଳେଇ ରହନ୍ତି ଜନ ।।
