STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

କାଳରାତ୍ରୀ

କାଳରାତ୍ରୀ

2 mins
265

କାଳରାତ୍ରୀ ନବରାତ୍ରୀର ସେ ତ ସପ୍ତମ ଦିନେ

ଧରାବତରଣ କରନ୍ତି ଶୁଣ ହେ ସୁଧିଜନେ।

ରାତ୍ରି ଅନ୍ଧାରଠୁ ଆହୁରି କଳା ତାଙ୍କରି ରଙ୍ଗ 

ଆସୁରିକ ଶକ୍ତି ବିନାଶ ପାଇଁ ସେ ଆବିର୍ଭାବ।

ସକଳ ଶକ୍ତିର ଆଧାର ସେ ତ ଶିଦ୍ଧି ଦାୟିନୀ

କରାଳ ରୂପରେ କାଳିକା ମା' କଳୁଷ ନାଶିନୀ।


ଅସୀମ ମହିମା ଦେବୀଙ୍କ ପୁରାଣରେ ବର୍ଣ୍ଣନ

କରିଥିଲେ ରକ୍ତବୀର୍ଯ୍ୟର ମାଆ ଦର୍ପଦଳନ।

ଚଣ୍ଡ ମୁଣ୍ଡ ଦୈତ୍ୟ ସାଥୀରେ ରକ୍ତବୀର୍ଯ୍ୟ ଯେ ମିଶି

କରୁଥିଲେ ଅତ୍ୟାଚାର ସେ ସ୍ବର୍ଗ ରାଜ୍ୟରେ ଆସି।

ଦୁର୍ଗା ରୂପେ ଚଣ୍ଡ ମୁଣ୍ଡଙ୍କୁ ମାଆ କଲେ ନିଧନ

ରକ୍ତବୀର୍ଯ୍ୟ ବଧ କରିବା ହେଲା ଭାରି କଠିନ ।


ରକ୍ତବୀର୍ଯ୍ୟ ଦେହୁ ରକତ ବିନ୍ଦୁ ପଡ଼ି ଭୂଇଁରେ

ସହ ସହ ରକ୍ତବୀର୍ଯ୍ୟ ଯେ ତହୁଁ ସୃଷ୍ଟି ହୋଇଲେ।

ଯେତେ ଶୂଳ ବିଧ କରିଲେ କିଛି ହେଲାନି ଲାଭ

ନୂଆ ରକ୍ତବୀର୍ଯ୍ୟ ରକ୍ତରୁ ହେଉଥାନ୍ତି ଉଦ୍ଭବ।

ସେ ଲାଗି ମାରିବା ତାହାକୁ ହେଲା ନାହିଁ ସମ୍ଭବ

ଏ ବେଳରେ କାଳରାତ୍ରୀଙ୍କ ହେଲା ଯେ ଆବିର୍ଭାବ।


ଦୈତ୍ୟକୁ ମାରିବା ପାଇଁକି ମାତା ଭୂଇଁରେ ଲୋଟି

ରକ୍ତ ବିନ୍ଦୁ ସେ ତ ସାହସ ଦେଉଥିଲେ ତ ଚାଟି ।

ତହୁଁ ନୂଆ ରକ୍ତବୀର୍ଯ୍ୟ ଯେ ଆଉ ହେଲେନି ସୃଷ୍ଟି

ମାତା କଲେ ଦୈତ୍ୟ ନିଧନ ତାଙ୍କ ଶୂଳ ନିକ୍ଷେପି।

ଦୈତ୍ୟର ନିଧନେ ଧରଣୀ ସେ ତ ଶାନ୍ତ ହୋଇଲା

ଜୟ ମାଆ କାଳରାତ୍ରୀ ଗୋ ବିଶ୍ବ ବନ୍ଦନା କଲା ।


ଚତୁର୍ଭୁଜା କାଳରାତ୍ରୀ ଯେ ଗଧ ତାଙ୍କ ବାହନ

ଅଭୟ ବରଦା ମୁଦ୍ରାରେ ମାତା ବିରାଜମାନ।

ମୁକ୍ତ କେଶି ମାତା ତ୍ରିନେତ୍ରି ଚମକଇ ବିଜୁଳି

ନିଃଶ୍ବାସରେ ଅଗ୍ନି ସ୍ପୁଲିଙ୍ଗ ସତେ ଉଠଇ ଜଳି।

ରୂପ ସିନା ଭୟଙ୍କର ସେ ମାତା ମମତାମୟୀ

ଶିଦ୍ଧି ସଫଳତା ପ୍ରଦାନକାରୀ ଭାରି ସିନେହୀ।


କାଳରାତ୍ରୀ ଦୁଷ୍ଟ ଶକ୍ତିଙ୍କୁ ସେ ତ ବିନାଶିଥା'ନ୍ତି

ଗ୍ରହଙ୍କର ମନ୍ଦ ପ୍ରଭାବୁ ମାଆ ରକ୍ଷା କରନ୍ତି।

ମାତାଙ୍କୁ କରିଲେ ସ୍ମରଣ ଭୂତ ପ୍ରେତଙ୍କ ଭୟ

ଅଚିରେ ହୁଅଇ ଦୂର ଯେ ମନ ହୁଅଇ ଥୟ।

ନିଆଁ ପାଣି ଅବା ଅଜଣା ଶତୃ ବଇରୀ ଭାବ

ମାତା ଯେ କରିଲେ ଦୟା ତ ସବୁ ହୁଏ ନିଷ୍ପର୍ଭ।


କାଳରାତ୍ରୀ ଦୟା କରିଲେ ପ୍ରାଣ ଭୟ ମୁକତ

ସବୁ ଦାଉଧକ୍କା ଅଚିରେ ହୋଇଥାଏ ଦୂର ତ।

ମାଆଙ୍କ ପାଦରେ ଜଣାଇ ଆଜି କୋଟି ପ୍ରଣତୀ

ଏତିକି ପାଦରେ ଅଧମ କରୁ ଅଛି ମିନତୀ,

ଦୁଃଖ ଅବସାଦ ଭୟ ମା' ମନୁ ଦିଅ ଦୂରେଇ

ଜଗତୁ ଅଭାବ କଷଣ ମାଆ ଯାଉ ଉଭେଇ ।



Rate this content
Log in

Similar oriya poem from Classics