STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ଅତୀତ କି ଫେରେ

ଅତୀତ କି ଫେରେ

1 min
177


ପିଲା ଦିନ କଥା ଭାରି ମନେ ପଡେ 

ପିଲା ଦିନ ସାଙ୍ଗ ସାଥି ଗଲେ କେଉଁ ଆଡ଼େ

ସବୁ କଥା ଭାବି କହୁଛି ଆଜି ଅତୀତ କି ଫେରେ

କେତେ ମାଡ଼ ଖାଇ ପାଠ ପଢ଼ିଥିଲି

ଗୁରୁ ଜନଙ୍କ କଥାକୁ କେତେ ସହିଥିଲି

ସବୁ କଥା ଭାବି କହୁଛି ଆଜି ଅତୀତ କି ଫେରେ

ସାଙ୍ଗ ସାଥି ମେଳେ ମିଛ ମିଛକା ଅଭିମାନ କରିଥିଲି

କେବେ ରାଗି କାହା ସାଥେ କଟି ପକାଇ ଥିଲି

ସବୁ କଥା ଭାବି କହୁଛି ଆଜି ଅତୀତ କି ଫେରେ

କେତେ ମଜା ଆମେ ବିଦ୍ୟାଳୟ ରେ କରୁଥିଲୁ

ସାଙ୍ଗ ସାଥି ହୋଇ ସବୁ ଦିନ ବିଦ୍ୟାଳୟ ଯାଉ ଥିଲୁ

ସବୁ କଥା ଭାବି କହିଛି ଆଜି ଅତୀତ କି ଫେରେ

ଅଛି ଆଜି ସେହି ବିଦ୍ୟାଳୟ 

ହେଲେ ଚାଲି ଗଲା ମୋ ବାଲ୍ୟ ସମୟ

ସବୁ କଥା ଭାବି କହୁଛି ଆଜି ଅତୀତ କି ଫେରେ

କେତେ କଷ୍ଟ ସହି କଲେଜ କୁ ଯାଉଥିଲି

କଷ୍ଟ ସହି ଥିଲି ବୋଲି ଶିକ୍ଷକ ପଦ ରେ ରହିଲି

ସବୁ କଥା ଭାବି କହୁଛି ଆଜି ଅତୀତ କି ଫେରେ

ପିଲା ବୟସ ମୋର ଚାଲି ଗଲା

ସୃତି ହୋଇ ମନ ଭିତରେ ସେ ତ ରହି ଗଲା

ସବୁ କଥା ଭାବି କହୁଛି ଆଜି ଅତୀତ କି ଫେରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics