ଅବଶ୍ୟମ୍ଭାବୀ
ଅବଶ୍ୟମ୍ଭାବୀ
ଅସ୍ତମିତ ଭାନୁ ଅବଶ୍ୟମ୍ଭାବୀ
ଚନ୍ଦ୍ର ତାରା କ୍ଷୟ ଅବଶ୍ୟମ୍ଭାବୀ
କିଏ ରହିଅଛି ରହିଯିବ ଏଠି
ବିଲୟ ହିଁ ଥାଏ ଯେଉଁଠି ସୃଷ୍ଟି ।
ବୃନ୍ତଚ୍ୟୁତ ଭବିତବ୍ୟ ପୁଷ୍ପର
ମୃତ୍ୟୁ କବଳେ ଜନ୍ମ ଲାଗେ ନସ୍ୱର
ଦିବସ ରାତ୍ରିର ବିଲୟ ସଦା ସତ୍ୟ
ସୃଷ୍ଟି ସହିତ ବିନାଶ ହେଉଥାଏ ନିତ୍ୟ ।
ଦୂର ଦିଗନ୍ତ ପଥେ ଅଗ୍ରସର ହୁଏ ଯାତ୍ରୀ
ନୂତନ ଅଙ୍କୁରୋଦଗମେ ଯେହ୍ନେ ଧରିତ୍ରୀ
ସମ୍ଭାବନା ନେଇ ଆଶା କରି ସଂଚାର
ଥକି ଯିବା ନୁହେଁ ଲକ୍ଷ୍ୟ କାହାର ।