ହେ ଜଗତ ଈଶ୍ବର
ହେ ଜଗତ ଈଶ୍ବର
ହେ ପରମେଶ୍ବର ହେ ଜଗତେଶ୍ବର
ନୀଳାଚଳ ଅଧିଶ୍ଵର
ହେନିଳାମୟ ହେ ଜଗତ ଈଶ୍ଵର
ପ୍ରଣିପାତ ତୋ ପୟର ।
ତୋହରି ସେ,ସ୍କୃତି ତୋହରି ସାହିତ୍ୟ
ଯେତେ ଅଛି ପରମ୍ପରା
ପୂଜା ପାରବଣ ତୁମରି ଭିଆଣ
ପାଳୁଛନ୍ତି ସଶାଗରା ।
ତୁମ୍ଭରି ନାମରେ ନୀତି ପୂଜାଵିଧି
କରୁଥାନ୍ତି ନୀତି ପ୍ରତି
ଭକ୍ତ ଭଗବାନ ଏକତ୍ରି କରଣ
ଦୃଢ କରିଥାଏ ମତି ।
ତୋହରିବିଧିରେ ଏକରୁ ଅନେକ
ମନହୋଇ ଯାଏ ଯୋଡି
ଵେଦ ପୁରାଣର ଗାଥା ଗାଇ ଯାଏ
ମନପଵନର ପେଡି ।
ତୋର ସୁଦୟାରେ ଓଡ଼ିଆ ହୃଦୟେ
ଶାଶ୍ଵତର ପ୍ରେମ ଭରେ
ମୈତ୍ରୀର ମନ୍ତ୍ର ଗାଏ ଏ ଓଡ଼ିଆ
ତୋହରିକୃପା ଦୟାରେ ।