STORYMIRROR

Sambit Srikumar

Abstract Classics Inspirational

4.0  

Sambit Srikumar

Abstract Classics Inspirational

ବଦଳିଯାଉଥିବା ଆଦର୍ଶ ପୁରୁଷ!

ବଦଳିଯାଉଥିବା ଆଦର୍ଶ ପୁରୁଷ!

1 min
137



ଆମ ପିଲାବେଳର ଆଦର୍ଶ ପୁରୁଷ ମହାମାନବ

ସବୁ କେଜାଣି କାହିଁକି ବଦଳିଯାଆନ୍ତି

ଯୌବନର ଆଗମନରେ ବୟସନ୍ଧିର ସୋପାନରେ ।


ତାହାଙ୍କ ନୀତି ଆଦର୍ଶ ଆମକୁ କାହିଁକି ଲାଗେ

ଅନ୍ତଃସାର ଶୂନ୍ଯ ମାନ୍ଧାତା ଯୁଗର

ପରବର୍ତ୍ତୀ କାଳରେ ତାହାଙ୍କ ଆବର୍ତ୍ତମାନରେ ।


କେଜାଣି କାହିଁକି ଆମେ ଦେଖୁ ସେମାନଙ୍କୁ

ଅବିଶ୍ଵାସର ପ୍ରଚକ୍ଷୁରେ ତର୍କ ବିତର୍କ

ବାକ୍ ବିତଣ୍ଡା କରୁ ପୀଢ଼ିର ନିର୍ବିଶେଷରେ ।


ଜାତି ଇତିହାସ ଲାଗେ କାହିଁକି ପରୀ ରାଇଜର

କପୋଳକଳ୍ପିତ ଅତିରଞ୍ଜିତ କାହାଣୀ ପରି

ଯାନ୍ତ୍ରିକ ମୋହରେ ବୌଦ୍ଧିକ ଭାବ ଉତ୍ତରଣରେ ।


ବାଳୁତ କାଳର ଆଦର୍ଶ ପୁରୁଷ ମହାମାନବଙ୍କର

ସ୍ଥାନ ଅଧିଗ୍ରହଣ କରି ନିଅନ୍ତି ଏଯୁଗର

ପୁଞ୍ଜି ଐରାବତଗଣ ଆମର ସଚେତନ ଅବସ୍ଥାରେ


ନୀତି ଆଦର୍ଶ ନିଷ୍ଠା ନୈତିକତା ଆଦି ଦୈବୀଗୁଣ

ବଳି ଚଢ଼ିଯାଆନ୍ତି କାମନା ବାସନା ଲାଳସାର

ଦାବାନଳରେ ଅପରିମିତ ଅତୃପ୍ତ ଆଶା ଆକାଂକ୍ଷାରେ ।


ଲୌକିକ ଚାକଚକ୍ୟ ବାହ୍ଯ ଆଟପ ଆଡ଼ମ୍ବରରେ

ଆମେ ଖୋଜୁଥାଉ ଅବିରତ ଆମର ଖୁସିକୁ

ଆତ୍ମଶ୍ଲାଘାରେ ଅନ୍ତରାତ୍ମା ସହିତ ପ୍ରବଞ୍ଚନାରେ ।


ଅର୍ଥ ସର୍ବସ୍ବ ଦୁନିଆର ବଜାରବାଦୀ ଚିନ୍ତନରେ

କୃତ୍ରିମ ଜୀବନ ଜୀଇଁବାରେ ଅଭ୍ଯସ୍ତ ଆମେ

କାହୁଁ ବା ମିଳିବ ଆମକୁ ସୁଖର ବିମଳ ନିର୍ଝର ।


Rate this content
Log in

Similar oriya poem from Abstract