STORYMIRROR

Pratima Satpathy

Classics

4  

Pratima Satpathy

Classics

କାଳିଆ ଧନ ତୁ ମୋର ସବୁଠୁ ପ୍ରିୟ.

କାଳିଆ ଧନ ତୁ ମୋର ସବୁଠୁ ପ୍ରିୟ.

1 min
25


କାଳିଆ ଧନ ତୁ ମୋର ସବୁଠୁ ପ୍ରିୟ

ତତେ ଛାଡ଼ି କେମିତି ମୁ ବଞ୍ଚିବି କହ


ଦରିଦ୍ର କି ଛାଡ଼ିପାରେ ଧନ ରତ୍ନ କୁ

ଅନ୍ଧ କେବେ ଛାଡେ ନାହିଁ ଯଷ୍ଟି ଖଣ୍ଡକୁ ।

ଜଳକୁ ଛାଡିଣ ମୀନ ବଞ୍ଚିକି ପାରେ

ସୂର୍ଯ୍ୟ ବିନା ପଦ୍ମିନୀ କି ଜୀବନ ଧରେ

ପ୍ରାଣ ଛାଡ଼ି ଗଲେ ପ୍ରାଣୀ ଧରେକି

 ଦେହ ।

କାଳିଆ ଧନ ତୁ ମୋର ସବୁଠୁ ପ୍ରିୟ


ଚନ୍ଦ୍ରମା କୁ କେବେ କଇଁ ନ ପାରେ ଛାଡି,

ମେଘ ଦେଖି କେକୀ ନାଚେ ପୁଛକୁ କାଢି

ଘନ ବିନା ଚାତକ କି ଧରେ ଜୀବନ

ତୋ ବିହୁନେ କେମିତି ମୁଁ କାଟିବି ଦିନ

ମୋ ହୃଦୟୁ ଛଡ଼ା ସଂସାର ମାୟା ମୋହ ।

କାଳିଆ ଧନ ତୁ ମୋର ସବୁଠୁ ପ୍ରିୟ


ଯେଣେ ମୁଁ ଅନାଏ ତେଣେ ତୁ ମତେ ଦିଶୁ 

ଯେତେ ମୁଁ ଡାକିଲେ ପାଶେ ମୋର ନ ଆସୁ

ଶୟନେ, ସ୍ୱପନେ, ଅବା, ଜାଗରଣ ରେ

ତୋ ସୁନ୍ଦର ରୂପ ନାଚେ ମୋ ନୟନରେ

ଥରେ ଦେଖା ଦେଇ ପଦେ କଥା ତୁ କହ ।

କାଳିଆ ଧନ ତୁ ମୋର ସବୁଠୁ ପ୍ରିୟ....।।


Rate this content
Log in

Similar oriya poem from Classics