କାଳିଆ ଧନ ତୁ ମୋର ସବୁଠୁ ପ୍ରିୟ.
କାଳିଆ ଧନ ତୁ ମୋର ସବୁଠୁ ପ୍ରିୟ.
କାଳିଆ ଧନ ତୁ ମୋର ସବୁଠୁ ପ୍ରିୟ
ତତେ ଛାଡ଼ି କେମିତି ମୁ ବଞ୍ଚିବି କହ
ଦରିଦ୍ର କି ଛାଡ଼ିପାରେ ଧନ ରତ୍ନ କୁ
ଅନ୍ଧ କେବେ ଛାଡେ ନାହିଁ ଯଷ୍ଟି ଖଣ୍ଡକୁ ।
ଜଳକୁ ଛାଡିଣ ମୀନ ବଞ୍ଚିକି ପାରେ
ସୂର୍ଯ୍ୟ ବିନା ପଦ୍ମିନୀ କି ଜୀବନ ଧରେ
ପ୍ରାଣ ଛାଡ଼ି ଗଲେ ପ୍ରାଣୀ ଧରେକି
ଦେହ ।
କାଳିଆ ଧନ ତୁ ମୋର ସବୁଠୁ ପ୍ରିୟ
ଚନ୍ଦ୍ରମା କୁ କେବେ କଇଁ ନ ପାରେ ଛାଡି,
ମେଘ ଦେଖି କେକୀ ନାଚେ ପୁଛକୁ କାଢି
ଘନ ବିନା ଚାତକ କି ଧରେ ଜୀବନ
ତୋ ବିହୁନେ କେମିତି ମୁଁ କାଟିବି ଦିନ
ମୋ ହୃଦୟୁ ଛଡ଼ା ସଂସାର ମାୟା ମୋହ ।
କାଳିଆ ଧନ ତୁ ମୋର ସବୁଠୁ ପ୍ରିୟ
ଯେଣେ ମୁଁ ଅନାଏ ତେଣେ ତୁ ମତେ ଦିଶୁ
ଯେତେ ମୁଁ ଡାକିଲେ ପାଶେ ମୋର ନ ଆସୁ
ଶୟନେ, ସ୍ୱପନେ, ଅବା, ଜାଗରଣ ରେ
ତୋ ସୁନ୍ଦର ରୂପ ନାଚେ ମୋ ନୟନରେ
ଥରେ ଦେଖା ଦେଇ ପଦେ କଥା ତୁ କହ ।
କାଳିଆ ଧନ ତୁ ମୋର ସବୁଠୁ ପ୍ରିୟ....।।
