STORYMIRROR

Anirudha Kund

Tragedy

3  

Anirudha Kund

Tragedy

କାଳିଆ ବିଧାତା

କାଳିଆ ବିଧାତା

1 min
190


ଭକତ ବାନ୍ଧବ  କହରେ ମାଧବ

କେତେଦିନ ଥିବୁ ତୁ ଏକା ବସିରେ 

ତ୍ରାହି ତ୍ରାହି ଡାକ  ଚାରିଆଡ ଯାକ

 ଆକୁଳେ କାନ୍ଦନ୍ତି ଜଗତବାସିରେ 


ଦୁଆରକୁ କିଳି ଆହେ ବନମାଳୀ

ରତ୍ନ ସିଂହାସନେ ପାଉ କି ଖୁସିରେ

ସକଳ ସଂସାର  ହୁଏ ଛାର ଖାର 

ଅଦେଖା ଭୂତାଣୁ ଭୟରେ ଭାସିରେ ॥

 

ହେ କଳା ଶ୍ରୀମୁଖ ନହୋଇ ବିମୁଖ

 ରତ୍ନସିଂହାସନୁ ତୁ ଉଠି ଆସିରେ

 ସୁଧାର ଅବସ୍ଥା କାଳିଆ ବିଧାତା

କଳିର କରାଳ ପ୍ରକୋପ ନାଶିରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy