STORYMIRROR

Dharmaraj Majhi

Abstract

3  

Dharmaraj Majhi

Abstract

କାକର

କାକର

1 min
314


ପ୍ରତୀକ୍ଷାସ୍ନିତ ଛାତି

ସହି ସଂଭାଳି ବେହାଲ୍ ଆବେଗ

ନୀରବ ଦ୍ରଷ୍ଟା ସବୁ ଅଭିଯୋଗ ,

ଲୁହ ଜକେଇ ,

ବଢ଼ି ଭୋର ବେଳାରେ

ଝରାଇ ଦିଏ ଦାବିର ଇସ୍ତାହାର,

ପତ୍ରରେ

ଫୁଲରେ

ଘାସରେ

କଣ ସେ ଟୋପା ଟୋପା ??

ଲୁହ ଆଖିର

ନା କୋହ ଛାତିର

ନା କାକର ମାେ ଅପେକ୍ଷାର ??


ପହିଲି ସ୍ପର୍ଶ ,

ସେ କୁଆଁରୀ ଦେହର

ପ୍ରଥମ ଚୁମା ,

ସେ ନିଶ୍ଚେ ଗୋଲାପୀ କଢ଼ର

ଶିହରଣ ସେ

ମୃସଣ ସାରୁ ପତ୍ରର,

ପବିତ୍ରତା ସେ

ଫୁଟନ୍ତା ସଜ ଫୁଲର

ଘନ ସାନ୍ଦ୍ରତା ସେ,

ନିରନ୍ଦ୍ର ଅସ୍ପଷ୍ଟ କୁହୁଡିର ,

କ'ଣ ସେ କାକର ??

ନା,

ଆଗନ୍ତୁକ ନୂଆ ଆଶାର

ନବ ସମ୍ଭାବନାର !!


କାକର ପରଶେ

ଆଜି ମୁଖରିତ ସଞ୍ଜ ଆଉ ସକାଳ

ଗୋଲାପୀ ଗୋଲାପୀ ଆଜି ଉପବନ

ବନ୍ଦୀ କରି ପ୍ରେମ ଜାଲରେ ବୁଢିଆଣୀ ପରି

ଲକ୍ଷେ ହୀରକ,

ଆହ୍ଲାଦିତ ବିଭୋର ମନ !!


ଏ କାକର ତ ନୁହେଁ

ଏକ ମହୋତ୍ସବ

ଶୀତର ,

ଗୀତର

କବିତାର ,

ଗଳ୍ପର

ଭାଷାର

ଓଡିଆ ସାହିତ୍ୟର !!


ଏ ତ ମୁକୁତା କଳ୍ପନାର

ହୀରା ଅନୁଭବର

ରୂପା ଭାବନାର

ଏ ତ ଶବ୍ଦର ସମ୍ଭାର

କଥା ସମୃଦ୍ଧିର

ଏକ ମୁକ୍ତାକାଶ ,

କାକରର !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract