STORYMIRROR

Bijay Prusty

Romance

3  

Bijay Prusty

Romance

କାକର ବିନ୍ଦୁର ମୋହ

କାକର ବିନ୍ଦୁର ମୋହ

1 min
227


ଆଖିତଳେ ଯେବେ ଫୁଲ ଫୁଟିଯାଏ

ପ୍ରୀତିମଗ୍ନ ହୁଏ ମନ

ଚତୁର୍ଦ୍ଦିଗ ଦିଶେ ଗୋଲାପି ଗୋଲାପି

ଦିନରେ ବି ଉଏଁ ଜହ୍ନ I

ପ୍ରୀତି ଦରିଆରେ ଦିଶୁଥାଏ ସଖୀ

ସେ ନୀଳଜହ୍ନର ଛାଇ

ନୀଳ ଜୋଛନାର ନୀଳ ଆଇନାରେ

ମୁହଁ ଦେଖୁଥାଏ କଇଁ I

ନୀଳକଇଁ ପାଇଁ ଜହ୍ନ ଢାଳିଦିଏ

ଜୋଛନାର ଧାରେ ହସ

ଅସରନ୍ତି ପ୍ରୀତି ଅଭୁଲା ମହକେ

ମନ ତା'ର ହୁଏ ତୋଷ I

ଶୀତ ସକାଳର କାକର ବିନ୍ଦୁରେ 

ଦେଖିଦେଲେ ତୁମ ମୁହଁ

ଲୋଡା ପଡେନାହିଁ ମଳୟ ପରଶ

ଫୁଲେଇ ଫଗୁଣ ମୋହ I

         


Rate this content
Log in

Similar oriya poem from Romance