STORYMIRROR

Pravas Kumar Swain

Abstract

2  

Pravas Kumar Swain

Abstract

କାହିଁକି ମୁଁ ନ ହେବି ପ୍ରେମିକ..?

କାହିଁକି ମୁଁ ନ ହେବି ପ୍ରେମିକ..?

1 min
161

କେଉଁ ଦୂର ଆକାଶର ଝିଲିମିଲି ତୋଫା ଜହ୍ନ ଲାଗି

ସାଗର ବୁକୁରେ ଯଦି ଖେଳିଉଠେ ଘନଘନ ଉନ୍ମାଦ ତରଙ୍ଗ

ନ ଦେଖନ୍ତି ଆନମୁଖ, ଶ୍ୱେତପୁଷ୍ପ ମାନ

ରାତ୍ରିର ନିଃଶବ୍ଦ ପ୍ରହରେ ଖୋଲିଦ୍ୟନ୍ତି ଆଖି

ଦେଖିବାକୁ ଦୂରଦେଶୀ ବନ୍ଧୁ ମୁଖ

ତେବେ, କାହିଁକି ମୁଁ ନ ହେବି ପ୍ରେମିକ


ଦୂରଦେଶୁଁ କଳାମେଘ ଆସିବାର ଦେଖି ସଜବାଜ

ଛନଛନ ହୋଇ ଯଦି ନାଚିଉଠେ ପିକ

ଟିପିଟିପି ବର୍ଷା, ନିର୍ବାପିତ କରେ ଯଦି

ଚାତକୀ ର ଅପେକ୍ଷିତ କାମନାର ଶୋକ

ତେବେ, କାହିଁକି ମୁଁ ନ ହେବି ପ୍ରେମିକ


ଦୂର ପାହାଡ଼ର କେଉଁ ସୁନ୍ଦରୀ ଅଲିଅଳି

ଛଳଛଳ ଢଳଢଳ ସୁକୁମାରୀ ପାହାଡି କନ୍ୟାକୁ

ଆଲିଙ୍ଗନ କରିନିଏ ଯଦି,

ଶୁଷ୍କନଦୀ ମାରିବାକୁ ଭୋକ

ତେବେ, କାହିଁକି ମୁଁ ନ ହେବି ପ୍ରେମିକ


ବସନ୍ତ ପାଇଁ ବଉଳର ବାସଭରା କୁଞ୍ଜେ

କୋଇଲି ଯଦି ବାଣ୍ଟେ ସାତସୁର ର ମହକ

ମଧୁପ ର ମଧୁ ସ୍ପର୍ଶେ କ୍ଷତାକ୍ତ ହେବାପାଇଁ

ନିଃସଂକୋଚେ କୁସୁମ ଯଦି ଖୋଲିଦିଏ ବକ୍ଷ

ତେବେ, କାହିଁକି ମୁଁ ନ ହେବି ପ୍ରେମିକ


ଦୁନିଆରେ ଏମିତି କିଏ ଅଛି

କହିଦେବ ତା ଛାତିରେ ହାତଦେଇ,

ନୁହେଁ ସେ ପ୍ରେମିକ

ତା ମନର ଆଇନାରେ ଦେଖିନାହିଁ କାହାର ସେ ରୂପ

ଲାଗିନାହିଁ ତା ମନରେ କାହା ଗୋଲାପୀ ଓଠର ହସ

ଅବା ଢଳଢଳ କଜ୍ଜ୍ୱଳ ଆଖିର ସେ ଛାପ

କିଏ ସିଏ ?

କହିଦେବ ନୁହେଁ ସେ ପ୍ରେମିକ

ତେବେ, କାହିଁକି ମୁଁ ନ ହେବି ପ୍ରେମିକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract