STORYMIRROR

Pravas Kumar Swain

Inspirational

4  

Pravas Kumar Swain

Inspirational

ଆସ ବନ୍ଧୁ ଭଲ ମଣିଷ ହେବା

ଆସ ବନ୍ଧୁ ଭଲ ମଣିଷ ହେବା

1 min
504

ଆସ ବନ୍ଧୁ ଆଜି ଶପଥ ନେବା

ହାତେ ହାତ ଛନ୍ଦି ବଚନ ଦେବା,

ଆମ ପାଇଁ ଆମେ ନିଜେ ଲଢ଼ିବା

ଆମ ଭବିଷ୍ୟତ ଆମେ ଗଢିବା ll

ହୀନ ଭାବନା ଠୁଁ ଦୂରେଇ ଯିବା

ଉଚ୍ଚ ଆଶା ଧରି ଆମେ ଧାଇଁବା,

ନିଜ ହାତେ ଆମେ ମଧୁ ଚାଖିବା

ମାଛି ନୁହଁ ମଧୁମକ୍ଷିକା ହେବା ll

ପର ଧନେ ଆମେ ବଡ଼ ନୋହିବା

ମେହନତ ଆମ ଦେଖାଇ ଦେବା

ନିଜ ପ୍ରତିଭାରେ ଚିହ୍ନା ହୋଇବା

ନିଶାକର ନୁହଁ ଖଦ୍ୟୋତ ହେବା ll

ପ୍ରତାରଣା ଭୁଲି ପ୍ରେମ କରିବା

ଛଳନା ବଦଳେ ନିଜର ହେବା

ନେବା ଛାଡି ଆମେ ଦେଇ ଶିଖିବା

ପଦ୍ମ ନୁହଁ ଝରାଶେଫାଳୀ ହେବା ll

ପ୍ରତିଶୋଧ ନୁହଁ ବାଜି ଜିତିବା

ପ୍ରକୃତ ବିଜୟ ଦୁଃଖ ସହିବା

ଜଳିବାନି ଆମେ ଲିଭାଇ ଦେବା

ନିଆଁ ନୁହଁ ଆମେ ହିମ ସାଜିବା ll

କାହା ମନେ କେବେ କଷ୍ଟ ନଦେବା

ନିଜେ ହସି ସର୍ବେ ହସାଉ ଥିବା,

ହିଂସା ତେଜି ସଭି ପ୍ରିୟ ହୋଇବା

ଭ୍ରମର ବଦଳେ ପ୍ରଜାପତିଟେ ହେବା ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational