STORYMIRROR

Pravas Kumar Swain

Others

3  

Pravas Kumar Swain

Others

ଗଜସ୍ତୁତି

ଗଜସ୍ତୁତି

1 min
317

ହେ ପ୍ରଭୁ ବିଶ୍ଵପତି !

ବିଶ୍ୱେ ଶୁଭଇ ଶ୍ରୁତି, ବୋଲି ହେ ମତ୍ତହସ୍ତୀ

ନୁହଁ କି ତୁମ୍ଭେ ହେ ଠାକୁର ?

ନିଜର ବୋଲି ସିନା

ହୃଦେ କରନ୍ତି ଘେନା

ଗଜସରି ନୁହଁ କି ତୁମ୍ଭ ବେଭାର ll


ଯେବେ ଥରେ ବାହାରୁ

ତୋ ଘଞ୍ଚ ଗମ୍ଭିରାରୁ

ଆସୁ ତୁ ଝୁଲି ହଲି ହଲି

ମତ୍ତହସ୍ତୀ ପରାଏ ଚାଲି

ଥୋକେ ଭିଡନ୍ତି ରଜ୍ଜୁ ଧରି

ବେତରେ ମରାମରି

ଦେଉ ତୁ ଇଛାମତେ ପେଲି,

ଗଲା ଗଲା ବୋଲି, ଦିଅନ୍ତି ବାଟ ଛାଡି

ଆତୁରେ ପଥିକ ବାହୁ ମେଲି ll


ନପାଆନ୍ତି କେହି ତୋର

ରୂପ ଭେଦ ପ୍ରକାର

ଯେବଣ ନାଗର ଶରୀର

ବିରାଟ ବୋଲି କେବା

କରିଛି ତୋର ଅବା

ଆଦି ଅନ୍ତ ର ବିଚାର ll


ଭରୁ ସର୍ବ ଆହାର, କରି ପୂର୍ଣ୍ଣ ଉଦର

ପ୍ରିୟ ତୋ ଗୁଳ୍ମ ତରୁ ଶାଖା ତୁଳସୀ

ଗ୍ରୀସମେ ଛଟପଟ, ନରେନ୍ଦ୍ରେ ଲାଗେ ରଟ

ଛେରା ଯେ ଦେହେ ହୁଏ ମଖା ll


ପାଞ୍ଚିଛି ମୁହିଁ ଦୀନ

ଯାଆନ୍ତା କି ଏ ଜୀବନ

ତୋହରି ପାଦତଳେ ପଡି

ଭରସି ଅଛି ତୋତେ, ତରିବୁ ଭବୁ ମୋତେ

ପାଦୁ ତୋ ଦେବୁନାହିଁ ଏଡି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍